www.samajalive.in
Sunday, December 7, 2025
26.1 C
Bhubaneswar

ଆସିଲା ନଦୀ ପାଣି, ବୁଡାଇଲା ଚାଷ ଜମି

ପୁରୀ: ଗତ କିଛି ଦିନ ହେବ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିଲା। ଅନେକ ସ୍ଥାନରେ ଘର ଭିତରେ ପାଣି ପଶିବା ସହ ରାସ୍ତା ଘାଟରେ ମଧ୍ୟରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଥିଲା। ଲଗାଣ ବର୍ଷା ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରି ପକାଇଥିଲା। ଯୁଆଡେ ଦେଖ ଖାଲି ପାଣି ଆଉ ପାଣି। ପାଣିରେ ବୁଡିଛି ଚାଷ ଜମି ଏବଂ ବର୍ଷକର ଫସଲ। ପୁରୀ ଜିଲ୍ଲା କଣାସ ବ୍ଲକ ତଳିଆ ଅଞ୍ଚଳରେ ଏଭଳି ସ୍ଥିତି ଉପୁଜିଛି। ଦୟା ନଦୀର ପାଣି ଦୋକନ୍ଦା, ଗଡସାନପୁଟ , ଗଡବଡପୁଟ ଏବଂ ଅଡାଲ ପଞ୍ଚାୟତରେ ବ୍ୟାପକ ଫସଲ କ୍ଷୟକ୍ଷତି ଘଟାଇଛି। ନଦୀକୂଳିଆ ଚାଷଜମି ଜଳମଗ୍ନ ହୋଇଛି। ନଦୀର ଜଳସ୍ତର ସ୍ଥିର ରହିଥିବାବେଳେ ଏହି ବନ୍ୟାଜଳରେ ପନିପରିବା ଗଛ ବୁଡିଯାଇଛି। ଏଠାକାର ଚାଷୀମାନେ ବାଇଗଣ, ଜହ୍ନି , କାକୁଡି, କଲରା, ଭେଣ୍ଡି , ଲଙ୍କା, କଖାରୁ ଭଳି ପନିପରିବା ଚାଷ କରିଥିଲେ। ହେଲେ ହଠାତ୍ ପାଣି ବଢିବା ପରେ ବେକେ ପାଣି ଭିତରୁ ଫସଲ ସବୁକୁ ବଞ୍ଚାଇ ଆଣିବାକୁ ସଂଘର୍ଷ କରୁଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories