ଭଦୋଦରାରେ ବନ୍ୟା; ଘରେ ପଶୁଛନ୍ତି କୁମ୍ଭୀର

ଭଦୋଦରା: ଗୁଜରାଟରେ ଅବିଶ୍ରାନ୍ତ ବର୍ଷାଜନିତ ବନ୍ୟା ପରିସ୍ଥିତି ଗୁରୁତର ଆକାର ଧାରଣ କରିଛି। ବିଶେଷ କରି ଭଦୋଦରାରେ ଏହା ବିପର୍ଯ୍ୟୟ ସୃଷ୍ଟି କରିଛି। ଗତ ୨୪ଘଣ୍ଟା ମଧ୍ୟରେ ଏଠାରେ ୧୮ଇଞ୍ଚ ବର୍ଷା ରେକର୍ଡ କରାଯାଇଛି। କେବଳ ୧୨ ଘଣ୍ଟା ମଧ୍ୟରେ ରେକର୍ଡ ୫୫୪ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବିଶ୍ବମିତ୍ରି ନଦୀର ଜଳ ସହରକୁ ବୁଡ଼ାଇ ଦେଇଛି। ସହର ଜଳାର୍ଣ୍ଣବ ହୋଇପଡ଼ିବାରୁ ଭଦୋଦରା ବିମାନବନ୍ଦରକୁ ବନ୍ଦ କରିଦିଆଯିବା ସହ ୨୨ଟି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି। ଲୋକଙ୍କ ଘରେ ପାଣି ପଶିଯିବା ସହିତ କୁମ୍ଭୀର ମଧ୍ୟ ଘର ଭିତରକୁ ଚାଲିଆସିଥିବା ଦେଖାଯାଇଛି। ବନନ୍ୟା ବିପନ୍ନଙ୍କୁ ଉଦ୍ଧାର ଓ ସହାୟତା ାର୍ଯ୍ୟରେ ଏନ୍‌ଡିଆରଏଫ ନିୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇ ଜୁରୀକାଳୀନ ଭିତ୍ତିରେ ପରିସ୍ଥିତିର ମୁକାବିଲା ପାଇଁ ନିର୍ଦେଶ ଦେଇଛନ୍ତି। ଗୁରୁବାର ବନ୍ୟାଜଳରେ ଭାସିଯିବା ଭଳି ପରିସ୍ଥିତିରୁ ଭଦୋଦରା ପୁଲିସ ସବ୍‌-ଇନ୍ସପେକ୍ଟର ଗୋବିନ୍ଦ ଚାଭଡ଼ା ୭୦ଜଣଙ୍କୁ ଉଦ୍ଧାର କରିଥିବା ଖବର ମିଳିଛି। ସେ ଏକ ମାସକର ଶିଶୁକୁ ନିଜ ମୁଣ୍ଡରେ ନେଉଥିବାର ଚିତ୍ର ବେଶ୍‌ ପ୍ରଶଂସିତ ହୋଇଛି। ପୁଲିସ ଓ ଏନ୍‌ଡିଆରଏଫ ପ୍ରାୟ ୫ହଜାର ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରି ଉଚ୍ଚ ସ୍ଥାନରେ ଥଇଥାନ କରିଛନ୍ତି।

Comments are closed.