ବନ୍ୟାଜଳରେ ଭାସିଗଲା କାଂସବାଂସ ନଦୀ ପୋଲ

0

ବାଲେଶ୍ବର: ଲଗାଣ ବର୍ଷା ଯାଗୁଁ ବିଭିନ୍ନ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ଫଳରେ ସୋର ବ୍ଲକ ଅନ୍ତର୍ଗତ କାଂସବାଂସ ନଦୀ ଉପରେ ଥିବା ୩୦ଫୁଟର ବଡପୋଲ ବନ୍ୟାଜଳରେ ଭସିଯାଇଛି। ଏହା ଦ୍ବାରା ଚାରି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ସାରୁପଦା ଗଙ୍ଗେଇ ଘାଷିପାଟଣା ନୂଆପାଟଣା ଗ୍ରାମର ଲୋକମାନଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଛି। ସେହିପରି ସୋର ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତ ଘାସିପଦା ପାତ୍ରପୁର ଗଙ୍ଗେଇ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଦୀର୍ଘ ଦିନଧରି ଲୋକେ ନୂତନ ପୋଲ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଶୁଣି ନଥିଲେ । ପ୍ରଶାସନ ପକ୍ଷରୁ ପୁରୁଣା ପୋଲ ମରାମତି କରାଯାଇ ନଥିବା ବେଳେ ନୂତନ ପୋଲ ନିର୍ମାଣ ନେଇ କୋଣସି ନିଷ୍ପତ୍ତି ହୋଇ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Leave A Reply