ଫ୍ଲିପ୍କାର୍ଟକୁ କିଣିଲା ଓ୍ୱାଲମାର୍ଟ
ନୂଆଦିଲ୍ଲୀ: ଭାରତର ଇ-କମର୍ସ ବା ଅନଲାଇନ୍ ବ୍ୟବସାୟ କରୁଥିବା ଅନ୍ୟତମ ମୁଖ୍ୟ କମ୍ପାନୀ ଫିଲ୍ପକାର୍ଟକୁ ଓ୍ୱାଲମାର୍ଟ କିଣିଛି । । ଓ୍ୱାଲମାର୍ଟ ଏହାର ୭୭ ପ୍ରତିଶତ ଅଂଶଧନ କିଣିଛି । । ଏହାକୁ ୧୬ ବିଲିୟନ ଆମେରିକୀୟ ଡଲାର ଦେଇ ଓ୍ୱାଲମାର୍ଟ କିଣିଛି । ସଫ୍ଟ ବ୍ୟାଙ୍କ ଫିଲ୍ପକାର୍ଟରେ ଥିବା ଏହାର ୨୦ ପ୍ରତିଶତ ଅଂଶଧନ ବିକ୍ରି କରିବ । ଭାରତରେ ଏହାର ବ୍ୟବସାୟ ବୃଦ୍ଧି କରିବା ସହ କ୍ଷୁଦ୍ର ବ୍ୟବସାୟୀ, କୃଷକ ଓ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବ ବୋଲି ଓ୍ୱାଲମାର୍ଟର ନିର୍ଦେଶକ ସୂଚନା ଦେଇଛନ୍ତି । ୨୦୦୭ ମସିହାରେ ଭାରତରେ ଫ୍ଲିପକାର୍ଟ ଲଞ୍ଚ ହୋଇଥିଲା ।
ଆମେରିକା ଓ ଚୀନ ପରେ ଏବେ ଭାରତ ଏକ ବିଶାଳ ବଜାର ହୋଇ ଉଭା ହୋଇଛି । ଭାରତରେ ଆମାଜନ୍ ଏହାର ବ୍ୟବସାୟ ଆରମ୍ଭ କରିଥିବା ବେଳେ ଓ୍ୱାଲମାର୍ଟ ପଛରେ ରହିବାକୁ ଚାହୁଁ ନାହିଁ ।