www.samajalive.in
Tuesday, December 9, 2025
16.1 C
Bhubaneswar

ମାଛ ଧରିବା ସମୟରେ ବୁଡିଯାଇ ମତ୍ସଜୀବୀ ମୃତ

ଗୋଳନ୍ଥରା – ଗୋଳନ୍ଥନା ଥାନା ଅନ୍ତର୍ଗତ ବଡ଼ଏକସିଂ ନଦୀ ମୁହାଣରୁ ଜଣେ ଧୀବରଙ୍କ ମୃତ ଶରୀର ପୁଲିସ ଜବତ କରିଛି l ମୃତକ ଜଣଙ୍କ ହେଲେ ବଡ ଏସକସିଙ୍ଗ ଗ୍ରାମର ଏଲ. କ୍ରିଷ୍ଣା (୬୫) ।

ମିଳିଥିବା ସୂଚନା ଅନୁଯାୟୀ, ବଡ ଏକସିଙ୍ଗ ଗାଁର କ୍ରିଷ୍ଣା ରବିବାର ଅପରାହ୍ନ ଚାରିଟା ବେଳେ ଜାଲ ନେଇ ମାଛ ମାରିବା ପାଇଁ ନଦୀ ମୁହାଣକୁ ଯାଇଥିଲେ l ସେ ବିଳମ୍ବିତ ରାତି ଯାଏ ଘରକୁ ଫେରି ନଥିଲେ l ପରିବାର ଲୋକ ଖୋଜା ଖୋଜି ପରେ ମଧ୍ୟ ତାଙ୍କୁ ପାଇନଥିଲେ l ସୋମବାର ସକାଳ ସାଢେ ୯ ଟା ବେଳେ ଗାଁର କିଛି ଲୋକ କ୍ରିଷ୍ଣା ଜାଲରେ ଗୁଡେଇ ହୋଇ ମୃତ ଅବସ୍ଥାରେ ପଡିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ l ଏନେଇ ମୃତ କ୍ରିଷ୍ଣାଙ୍କ ପୁଅ ଏଲ. ଆପେୟା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପାରେ ପୁଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ l ଗୋଳନ୍ଥରା ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories