www.samajalive.in
Monday, December 15, 2025
24.1 C
Bhubaneswar

ନବଗଠିତ ସାପୁଆ କୃଷି ଉତ୍ପାଦକ କମ୍ପାନୀର ପ୍ରଥମ ସାଧାରଣ ସଭା

ଆଠଗଡ : ଆଠଗଡ ବ୍ଲକର ବାରମାସୀ ଚାଷ ହେଉଥିବା ପଞ୍ଚାୟତଗୁଡିକର ଅଗ୍ରଣୀ ଚାଷୀଙ୍କୁ ନେଇ ଏକ ନୂତନ ସାପୁଆ କୃଷି ଉତ୍ପାଦକ କମ୍ପାନୀର ପ୍ରଥମ ସାଧାରଣ ଅଧିବେଶନ ସୋମବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ କୃଷି ସୂଚନା ପରାମର୍ଶକେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତଙ୍କ ସଭାପତିତ୍ୱରେ ସ୍ଥାନୀୟ ମିନିଷ୍ଟାଡିୟମଠାରେ ଅନୁଷ୍ଠିତ ଏହି ଅଧିବେଶନରେ ମୁଖ୍ୟଅତିଥି ଭାବେ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ରାଜ୍ୟର କୃଷକମାନଙ୍କର ଆର୍ଥିକ ବିକାଶ ଲାଗି ରାଜ୍ୟ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି ନବଗଠିତ ସାପୁଆ କୃଷି ଉତ୍ପାଦକ କମ୍ପାନୀ ଦ୍ୱାରା ଆଠଗଡ ଅଞ୍ଚଳର ବାରମାସୀ ଚାଷ ହେଉଥିବା ଇଚ୍ଛାପୁର, ଜେନାପଦା, ଖୁଣ୍ଟକଟା, ସମସରପୁର ଓ ସଠିଲୋ ଆଦି ପଞ୍ଚାୟତର ଚାଷୀମାନେ ସେମାନଙ୍କର ଉତ୍ପାଦିତ ଫସଲ ବିକ୍ରୟ ପାଇଁ ବଜାର ସୁବିଧା ପାଇବା ସହ ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଓଡିଶା ଏକମାତ୍ର ରାଜ୍ୟ ଯେଉଁଠାରେ କୃଷି ଉତ୍ପାଦକ ସଂଘ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଏହି ଅଧିବେଶନରେ କୃଷି ଉତ୍ପାଦକ କମ୍ପାନୀର ସଂଯୋଜକ ରବିନ୍ଦ୍ର କୁମାର ପଣ୍ଡା ଏହି କମ୍ପାନୀ ଜରିଆରେ କୃଷକମାନେ କିପରି ସରକାରଙ୍କଠାରୁ ସାହାଯ୍ୟ ସହଯୋଗ ପାଇପାରିବେ ସେ ସଂପର୍କରେ ଆଲୋକପାତ କରିଥିଲେ। ଗ୍ରାମ ଉତ୍‌‌ଥାନର ପ୍ରକଳ୍ପ ନିର୍ଦ୍ଦେଶକ ଅଭୟ କୁମାର ସ୍ୱାଇଁ ମଧ୍ୟ ଏହାଦ୍ୱାରା ଚାଷୀମାନେ ବେଶ୍‌‌ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ନବଗଠିତ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ଶିଶିର ପ୍ରସାଦ ମାନସିଂହ ସମସ୍ତ ନିର୍ଦ୍ଦେଶକଙ୍କ ପରିଚୟ ପ୍ରଦାନ କରିବା ସହ ଅଂଶୀଦାର ଚାଷୀଙ୍କର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। କମ୍ପାନୀର ସଭାପତି ନିଳମଣୀ ନାୟକ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ସିଂହ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଧନଞ୍ଜୟ ରାଉତ ଓ ରାକେଶ କୁମାର ରାଉତ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ କୃଷି ଉତ୍ପାଦକ କମ୍ପାନୀ ଜରିଆରେ ଚାଷୀମାନେ କିପରି ରିଆତି ପାଇବେ ଓ ବିଭିନ୍ନ କୃଷି ଉଦ୍ୟୋଗ ଗଠନ କରିପାରିବେ ସେ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । ରାଜ୍ୟ ବିହନ ଓ ଜୈବିକ ପ୍ରାମାଣିକ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ନିରାକାର ଲେଙ୍କାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ସମସ୍ତ ନିର୍ଦ୍ଦେଶକ ଓ ୫ଟି ପଞ୍ଚାୟତର ୩୦୦ ଅଂଶୀଦାର ଚାଷୀ ଯୋଗଦାନ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories