www.samajalive.in
Monday, December 15, 2025
17.1 C
Bhubaneswar

କନ୍ଦରପୁର ଶିବିରରେ ୧୦୫ୟୁନିଟ ରକ୍ତ ସଂଗୃହିତ

ଆଠଗଡ :  ଓଡିଶା ମୋ ପରିବାର, ଜୀବନବିନ୍ଦୁ ଓ କନ୍ଦପୁର ପଞ୍ଚାୟତର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୧୦୫ୟୁନିଟ ରକ୍ତ ସଂଗୃହିତ ହୋଇଛି । ସରପଞ୍ଚ କଲ୍ୟାଣୀ ଖଟୁଆଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ବିଜେଡି ଯୁବନେତା ତଥା ଆଇନଜୀବୀ ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଉଦ୍‌‌ଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରାଜ୍ୟର ରକ୍ତର ଅଭାବ ଦୂରକରିବା ଦିଗରେ ଆଠଗଡର ଅବଦାନ ଅତୁଳନୀୟ ଏବଂ ରକ୍ତଦାନ ଭଳି ଏକ ଶ୍ରେଷ୍ଠ ମାନବ ସେବା ପାଇଁ ଆଗେଇ ଆସୁଥିବା ରକ୍ତଦାତା ବାସ୍ତବିକ ପ୍ରଶଂସାର ପାତ୍ର ବୋଲି ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ, ପୂର୍ବତନ ସରପଞ୍ଚ ସନ୍ତୋଷ ସାହୁ, ସମିତି ସଭ୍ୟ ମାନସ ସାହୁ ପ୍ରମୁଖ ଯୋଗଦେଇ ଉଦ୍‌‌ବୋଧନ ଦେଇଥିଲେ। କଟକ ରେଡକ୍ରସ ରକ୍ତଭଣ୍ଡାରର ଡାକ୍ତରୀ ଦଳ ରକ୍ତ ସଂଗ୍ରହ କରିଥିଲେ। ଜୀବନବିନ୍ଦୁର କର୍ମକର୍ତ୍ତାଙ୍କ ସହିତ କନ୍ଦରପୁର ଅଞ୍ଚଳର ବହୁ ଉତ୍ସାହୀ ଯୁବକ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଶିବିରରେ ଯୋଗଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories