www.samajalive.in
Monday, December 15, 2025
16.1 C
Bhubaneswar

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଟିକାବାଲିର ଦୁଇଜଣ କୃତକାର୍ଯ୍ୟ 

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ସ୍ଥିତ ଆଖଣ୍ଡଳମଣି ସାହିର ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ, ମାତା ସୁପ୍ରଭା ପାତ୍ରଙ୍କ ଝିଅ ଶୁଚିସ୍ମିତା ପାଣିଗ୍ରାହୀ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାରେ ଦ୍ଵିତୀୟ ସ୍ଥାନରେ ଥିବାବେଳେ, ଟିକାବାଲି ଟିପାରୀଗାଁ ର ସ୍ବର୍ଗତ କାଶୀନାଥ ଦିଗାଳ ମାତା ଦାଇମତି ଦିଗାଳଙ୍କ ପୁଅ ଆକାଶ ଦିଗାଳ ୩୧୯ ନଂ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି।
ଶୁଚିସ୍ମିତା ପାଣିଗ୍ରାହୀ ଓଡିଶା ଶିକ୍ଷା ପ୍ରଶାସନରେ ପୂର୍ବରୁ ପାଇଥିବା ବେଳେ ଆକାଶ ଦିଗାଳ ମଧ୍ୟ ମଙ୍ଗଳ ଅଧିକାରୀ ଭାବରେ କଳାହାଣ୍ଡି କୋକସରା ବ୍ଲକରେ କାର୍ଯ୍ୟରତ ଥିଲେ। ଶୁଚିସ୍ମିତା ତାଙ୍କ ବାପା ପ୍ରଫୁଲ ଚନ୍ଦ୍ରଙ୍କ ପ୍ରେରଣାରେ ୨୦୦୭ପରେ ଫୁଲବାଣୀ ତୁଡ଼ିପାଜୁ ନବୋଦୟ ବିଦ୍ୟାଳୟ ରେ ଅଧ୍ୟୟନ ପରେ ଭୁବନେଶ୍ୱର ଏକ ଘେରେଇ ଶିକ୍ଷାନୁଷ୍ଠାନରେ ବିଏସସି ପରେ ପିଜି କରିଥିଲେ ତାଙ୍କ ମାତା ମଧ୍ୟ ଜଣେ ଶିକ୍ଷୟିତ୍ରୀ ଥିବାବେଳେ ତାଙ୍କୁ ଅନେକ ପ୍ରେରଣା ଏବଂ ଉତ୍ସାହ ମିଳିଥିବା ଶୁଚିଶ୍ମିତା କହିଛନ୍ତି।ସେହିପରି ସୁଯୋଗ ମିଳିଲେ ସେ କନ୍ଧମାଳ ଭଳି ଅନଗ୍ରସର ଗ୍ରାମାଞ୍ଚଳରେ ମହିଳା, ଯୁବକ, ଯୁବତୀ, ଓ ଶିକ୍ଷା ପାଇଁ ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ଆଗ୍ରହ ଥିବା ପ୍ରକାଶ କରିଛନ୍ତି। ସେହିପରି ଆକାଶ ଦିଗାଳ ଜଣେ ଗରିବ ଚାଷୀ ପରିବାରରୁ ଆସିଥିବା ବେଳେ ଆରମ୍ଭରୁ ବହୁତ ପରିଶ୍ରମ କରିଥିବା କହିଛନ୍ତି। ସେ ନିଜ ପ୍ରଚେଷ୍ଟା ଦ୍ୱାରା ବିନା କୋଚିଙ୍ଗରେ ଭିସୁଟ ସମ୍ବଲପୁରରେ ଅଧ୍ୟୟନ ପରେ ମଙ୍ଗଳ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ। ଟିକାବାଲି ବ୍ଲକର ଏହି ଦୁଇ ଜଣଙ୍କ କୃତକାର୍ଯ୍ୟ ପାଇଁ ଟିକାବାଲି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories