ଅପହଞ୍ଚ ଇଲାକାର ଅଭିଶପ୍ତ ଜୀବନ : ରାସ୍ତା ଓ ବିଜୁଳି ପାଲଟିଛି ସାତସପନ
ପାତ୍ରପୁର : ପାତ୍ରପୁର ବ୍ଳକର ଶତାଧିକ ଆଦିବାସୀ ଗ୍ରାମ ରହିଛି । ଏହି ସବୁ ଆଦିବାସୀ ଗ୍ରାମ ମଧ୍ୟରୁ ଅର୍ଦ୍ଧାଧିକ ଗ୍ରାମ ଦୁର୍ଗମ ପାହାଡରେ ରହିଛି । ସରକାର ଆଦିବାସୀ ଲୋକଙ୍କ ଉନ୍ନତିପାଇଁ ବିଭିନ୍ନ ଯୋଜନାରେ ଅର୍ଥ ବରାଦ କରି ଉନ୍ନୟନ ଜାରୀ ରଖିଛନ୍ତି।ତେବେ ଏବେ ସୁଦ୍ଧା କେତେକ ଗ୍ରାମର ଲୋକଙ୍କ ପାଖରେ ମୌଳିକ ସୁବିଧା ଠିକ ଭାବେ ପହଞ୍ଚି ନଥିବା ଅଭିଯୋଗ ହେଉଛି। ପାତ୍ରପୁର ବ୍ଳକ ବୁରତାଲ ପଞ୍ଚାୟତ ଅଧୀନରେ ତାଡିଙ୍ଗି ଗ୍ରାମ ରହିଛି। ଗ୍ରାମରେ ତିରିଶିରୁ ଉର୍ଦ୍ଧ୍ବ ଆଦିବାସୀ ପରିବାରରେ ୧୬୦ରୁ ଉର୍ଦ୍ଧ୍ବ ଆଦିବାସୀ ବସବାସ କରୁଛନ୍ତି। ଲୋକମାନେ ମୁଖ୍ୟତଃ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ବଗଡ଼ରେ ବିଭିନ୍ନ ପ୍ରକାରର ଫସଲ ଅମଳ କରି ପରିବାର ପ୍ରତିପୋଷଣ କରନ୍ତି। ଗ୍ରାମକୁ ରାସ୍ତା ଟିଏ ନଥିବା ବେଳେ ବିଜୁଳି ଆଲୁଅ ସାତ ସପନ ପାଲଟିଛି । ଗ୍ରାମଟି ଜଙ୍ଗଲ ଘେରା ମଧ୍ୟରେ ରହିଛି। ଗ୍ରାମକୁ ଯିବାକୁ ହେଲେ ଡୁଡୁକା ବାଡ ଠାରୁ ଦଶକିଲୋମିଟର ଚାଲିବାକୁ ପଡୁଛି। ଗ୍ରାମଟି ତିତଲି ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇ ଥିଲା। ଏପରିକି ଗ୍ରାମର ଜଣେ ବ୍ୟକ୍ତି ସାରଙ୍ଗ ଭୂୟାଁଙ୍କ ମୃତ୍ୟୁ ହୋଇ ଥିବା ବେଳେ ଦଶଦିନ ପରେ ମାଟି ତଳୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଯାଇ ଥିଲା । ତିତଲି ପରେ ପ୍ରଶାସନ ତରଫରୁ ଲୋକଙ୍କୁ ପାହାଡ଼ ତଳକୁ ଆସି ଘର କରିବାକୁ କୁହଯାଇ ଥିଲା। ତେବେ ଲୋକମାନେ ମିଳିଥିବା ସହାୟତାରେ ଭଙ୍ଗା ଘର ସଜାଡି ରହିଥିଲେ। ଏହା ପରେ ଦୁଇ ବର୍ଷ ପୂର୍ବେ ବୁରାତାଲ ଠାରୁ ଗ୍ରାମକୁ ମାଟି ରାସ୍ତା ନିର୍ମାଣ କରା ଯାଇଥିବା ବେଳେ ବର୍ଷାରେ ମାଟି ଧୋଇ ହୋଇ ଯାତାୟାତରେ ଅସୁବିଧା ହେବା ସହ ଦୁଇ ଚକିଆ ଯାନ ମଧ୍ୟ ଯିବା ବନ୍ଦ ରହିଛି । ଗ୍ରାମର ସମସ୍ତ ପରିବାରକୁ ବିଜୁଳି ଯୋଗାଇବା ପାଇଁ ସୌର ପ୍ଲାଣ୍ଟ ସ୍ଥାପନ କରି ବିଜୁଳି ଯୋଗାଣ ହେଉଥିଲା। ଗତ ତିତଲି ପରଠାରୁ ତାହା ଅଚଳ ଅବସ୍ଥାରେ ରହିଥିବା ବେଳେ ରାତିରେ ଡିବିରି ଜାଳି ରାତି କାଟୁଛନ୍ତି । ପ୍ରାଥମିକ ସ୍ତରରେ ପାଠ ପଢା ପାଇଁ ଜଙ୍ଗଲ ପଥରେ ତିନି କିଲୋମିଟର ଅଙ୍ଗୱାଡ଼ି କେନ୍ଦ୍ର ଦଶ କିଲୋମିଟର ଦୂରରେ ପଡୁଛି । ରାସ୍ତା ସମସ୍ୟାକୁ ଦେଖି ଗ୍ରାମର ନେହୁରୁ ପ୍ରଧାନ ଏବଂ ସିଲୁ ନାୟକ ତଳ ବୁରାତାଲ ଗ୍ରାମକୁ ଚାଲି ଯାଇ ରହିଛନ୍ତି । ପଞ୍ଚାୟତର ତଳ ଅଂଶ ଡୁଡୁକାବାଡ ଠାରେ ପଡିକାର୍ଡରେ ଜିନିଷ ଭତ୍ତା ଆଦି ମିଳିବା ସହ ବିଭିନ୍ନ କାର୍ଯ୍ୟ ସମ୍ପାଦନ ହେଉଛି । ଗ୍ରାମ ଠାରୁ ଏହି ଗ୍ରାମ ପ୍ରାୟ ଦଶ କିଲୋମିଟର ଦୂର ପଡୁଛି । ଲୋକମାନେ ଚାଲି ଚାଲି ଡୁଡୁକା ବାଡ ଯାଇ ଭତ୍ତା ପଡିକାର୍ଡରେ ଜିନିଷ ଆଣିବାକୁ ପଡୁଛି ।
ଗ୍ରାମର କିଛି ଛାତ୍ର ଛାତ୍ରୀ ଗୌଡୁଣି ଆଶ୍ରମ ବିଦ୍ୟାଳୟ ଲୋକାସାହି କନ୍ୟାଶ୍ରମ ରେ ରହି ପାଠ ପଢୁଛନ୍ତି । ଗ୍ରାମର ବିଧବା ଦାସିରି ପ୍ରଧାନ, ମାଧବୀ କାର୍ଜି, ସୁକୁଲି ଭୂୟାଁଙ୍କୁ ବିଧବା ଭତ୍ତା ମିଳୁନାହିଁ । ଅଧିକା ବର୍ଷା ହେଲେ ଘର ମଧ୍ୟରୁ ନିୟମିତ ପାଣି ବାହାରୁଚି।ଯାହାକୁ ଦେଖି ଲୋକମାନେ ବାୟୂଷ ଚାଲି ପ୍ରସ୍ତୁତ କରି ତାରି ଉପରେ ରାତ୍ରି ଜାପନ କରିବାକୁ ପଡୁଛି। ଲୋକମାନେ ମୁଖ୍ୟତଃ ବଗଡ ଚାଷରୁ ଆଦାୟ ଫସଲ ଏବଂ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହକରି ଚଳୁଛନ୍ତି । ଯାହାକୁ ଦେଖି ଗ୍ରାମର କିଛି ଯୁବକ ନିୟମିତ ଦାଦନ ଖଟି ବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ଗ୍ରାମର ପନ୍ଦରରୁ ଉର୍ଦ୍ଧ୍ବ ପରିବାରକୁ ଆବାସ ଯୋଜନାରେ ଘର କରିବାକୁ କାର୍ଯ୍ୟାଦେଶ ମିଳିଛି। ଘର ନିର୍ମାଣ ପାଇଁ ପରିବହନ ସହିତ ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ଚିନ୍ତା ବଢୁଛି। ଯାହାକୁ ନେଇ ଲୋକମାନେ ତିତଲି ଭୟକୁ ଦେଖି ପାହାଡ଼ ତଳେ ନୂତନ ବସତି ନିର୍ମାଣ ପାଇଁ ଯାଗା ଯୋଗାଇ ଦେବାକୁ ଗତ ସପ୍ତାହରେ ତହସିଲଦାରଙ୍କୁ ନିବେଦନ କରିଛନ୍ତି। ସରକାର ତୁରନ୍ତ ଏହି ଗ୍ରାମର ଅସୁବିଧାକୁ ଦୂର କରିବା ପାଇଁ ଦାବି ହେଉଛି।
Comments are closed.