www.samajalive.in
Monday, December 15, 2025
14.1 C
Bhubaneswar

୧୬ ନମ୍ବର ଜାତୀୟ ରାଜପଥ : ଖାଲଖମା ହୋଇ ପାଲଟିଛି ମରଣ ଯନ୍ତା 

ଗଞ୍ଜାମ : ୧୬ ନମ୍ବର ଜାତୀୟ ରାଜପଥ  ହୁମା, ଗଞ୍ଜାମ ମଧ୍ୟରେ ଲଷ୍ମୀପୂର ନିକଟସ୍ଥ ଓଭର ବ୍ରିଜରେ ଖାଲ ଖମା ସୃଷ୍ଟି ହୋଇ
ରାସ୍ତା ଏବେ ମରଣ ଯନ୍ତା ପାଲଟିଯାଇଛି। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅଳ୍ପ ବର୍ଷା ହେଲେ ମଧ୍ୟ୍ୟ ଓଭର ବ୍ରିଜରେ ପାଣି ଜମି ରହୁଛି। ତା ପ୍ରଭାବରେ କେତେକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି। ରାତ୍ର ସମୟରେ ବାଇକଧାରୀ ମାନେ ଯାତାୟାତ ବେଳେ ସେହି ଗର୍ତ୍ତରେ ପଡି ଦୁର୍ଘଟଣା ଘଟୁଥିବା ଲକ୍ଷ୍ୟ କରାଯାଉଛି। ରବିବାର ଜଣେ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ସୋମବାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ ସେହିଠାରେ ହିଁ ଦୁର୍ଘଟଣାରେ ଆହତ ହୋଇଥିବା ନେଇ ସୂଚନା ମିଳିଛି।
ସେହିପରି ହୁମ୍ମା ନିକଟସ୍ଥ ଜାତୀୟ ରାଜପଥରେ ମଧ୍ୟ ମୁଖ୍ୟ ରାସ୍ତା ଖାଲ ଖମା ହୋଇ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଉଛି। କିଛି ମାସ ହେଲା ଏହି ଓଭର ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ରାସ୍ତାରୁ ପିଚୁ ଓ ଗୋଡି ଉଠି ଯାଇଥିବା ଏବଂ ବର୍ଷା ଜଳ ନିଷ୍କାସିତ ହୋଇ ନପାରି ଜମି ରହୁଛି। ଏହି ରାସ୍ତା ନିର୍ମାଣ ଦାୟିତ୍ୱ ଠିକାଦାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଯନ୍ତ୍ରୀଙ୍କ କାର୍ଯ୍ୟାଦକ୍ଷତା କୁନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇ ଉକ୍ତ ସ୍ଥାନ ଗୁଡିକର ମରାମତି କରିବାକୁ ଦୃଢ଼ ଦାବୀ ହେଉଛି। ତାହା ନହେଲେ ଆଗାମୀ ଦିନରେ ବାଧ୍ୟ ହୋଇ ସ୍ଥାନୀୟ ଲୋକମାନେ ଆନ୍ଦୋଳନକୁ ଓଲ୍ଲାଇବାକୁ ବାଧ୍ୟ ହେବେ ବୋଲି ଆଲୋଚନା ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories