www.samajalive.in
Monday, December 15, 2025
24.1 C
Bhubaneswar

ନିଆଁ ବ୍ୟାପି ଫାଟିଲା ଗ୍ୟାସ ସିଲିଣ୍ଡର, ଦୁଇଭାଇଙ୍କ ଘର ପୋଡି ପାଉଁଶ

ନନ୍ଦପୁର : କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ କୁଲାବିର ପଞ୍ଚାୟତ ସଦରମହକୁମା କୁଲାବିର ଗାଁରେ ଶନିବାର ଅପରାହ୍ଣରେ ଏକ ଅଭାବନୀୟ ଘଟଣା ଘଟିଛି । ସର୍ଟ ସର୍କିଟରୁ ନିଆଁ  ବ୍ୟାପି ଗ୍ୟାସ ସିଲିଣ୍ଡର ଫାଟିବାରୁ ଦୁଇଭାଇଙ୍କ ଘର ଜଳି ପାଉଁଶ ହୋଇଯାଇଛି । ଘରେ ଥିବା ଗ୍ୟାସ ସିଲିଣ୍ଡର ଫାଟି ଦୁଇ ଘରର ସମସ୍ତ ଜିନିଷପତ୍ର ପୋଡି ପାଉଁଶ ହୋଇଛି। ଅଗ୍ନିକାଣ୍ଡ ଦେଖି କୁଲାବିର ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ। ଜଳୁଥିବା ଘର ନିକଟକୁ କେହି ଯିବାକୁ ସାହସ କରି ନ ଥିଲେ । ଦୁଇ ଘର ଜଳି ଉଠିଥିଲା । ନନ୍ଦପୁର ଅଗ୍ନିଶମ ବାହିନୀ ଓ ପାଡୁଆ ପୁଲିସ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏହି ଗାଁର ଦୁଇଭାଇ ସୁରେନ୍ଦ୍ର ଖିଲ ଓ ଉତ୍ତମ ଖିଲଙ୍କ ପରିବାର ଲୋକଙ୍କ ପିନ୍ଧାଲୁଗାକୁ ଛାଡ଼ି ଘରର ସମସ୍ତ  ଜିନିଷପତ୍ର ନଷ୍ଟ ହୋଇଛି । ଦୁଇ ପରିବାର ନିଜର ସର୍ବସ୍ବ ହରାଇଥିବା ଅଭିଯୋଗ ହୋଇଛି । ଗ୍ୟାସ ସିଲିଣ୍ଡର ଫାଟି ଦୁଇ ଭାଇଙ୍କ ଘରକାନ୍ଥ ଭାଙ୍ଗି ନଷ୍ଟ ହୋଇଛି। ଛପର ତଳେ ପଡିଥିବା ସମସ୍ତ ଟାଇଲ ଭାଙ୍ଗି ଚୁରମାର ହୋଇଛି । କ୍ଷତିଗ୍ରସ୍ତ ଗରିବ ଶ୍ରେଣୀର ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ପାଡୁଆ ରାଜସ୍ବ ନିରୀକ୍ଷକ ଅକ୍ଷୟ କୁମାର କ୍ଷତ୍ରୀଙ୍କୁ କୁଲାବିର ଗ୍ରାମକୁ ଯାଇ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନନ୍ଦପୁର ତହସିଲଦାର ନରସିଂହ ଗାଦବା ନିର୍ଦେଶ ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories