www.samajalive.in
Sunday, December 7, 2025
26.1 C
Bhubaneswar

୨୪ରୁ ବନ୍ଦ ରହିଛି ସମ୍ବଲପୁର-ଲଇଡା ସିଟି ବସ ସେବା

ରେଙ୍ଗାଲି: ସମ୍ବଲପୁରରୁ ପରମାଣପୁର ଦେଇ ଲଇଡାକୁ ଚଳାଚଳ କରୁଥିବା ସିଟି ବସ ଚଳାଚଳ ଗତ ୨୪ ତାରିଖରୁ ବନ୍ଦ ରହିଛି। ଫଳରେ ଏହି ରୁଟରେ ଯାତାୟାତ କରୁଥିବା ଯାତ୍ରୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାର ଜଣାପଡିଛି।
ସମ୍ବଲପୁରରୁ ଠେମରା, ପରମାଣପୁର, କୁସୁମଡିହି, ଝାଙ୍କରପାଲି, କିନାଲୋଇ, ରେଙ୍ଗଲୋଇ ଆଦି ଗ୍ରାମ ଦେଇ ଦୁଇଟି ସିଟିବସ ବିକଳ୍ପ ପଦ୍ଧତିରେ ସକାଳ ୬ଟା ୪୦ ମନିଟରୁ ସନ୍ଧ୍ୟା ପର୍ଯ୍ୟାୟ ଭିତ୍ତିରେ ଚଳାଚଳ କରିଥାଏ। ଗତ ୨୪ ତାରିଖ ସକାଳୁ ଲଇଡାରୁ ସିଟିବସ୍ ସମ୍ବଲପୁର ଅଭିମୁଖେ ଯାଇ ଆଉ ଲଇଡାକୁ ପ୍ରତ୍ୟାବର୍ତ୍ତନ କରି ନଥିଲା।

ଫଳରେ ଯେଉଁଯାତ୍ରୀମାନେ ସମ୍ବଲପୁର ତଥା ବିଭିନ୍ନ ସ୍ଥାନକୁ ବସରେ ଯାଇଥିଲେ ସେମାନେ ଘରକୁ ଫେରିବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅଟୋ ରିକ୍ସା ଭଡା କରି କିମ୍ବା ଅଧିକ ଭଡା ଦେଇ ସଂପୃକ୍ତ ଯାତ୍ରୀ ଘରକୁ ଫେରିଥିଲେ। ଏହାପରେ ଗତ ୨୪ ତାରିଖ ପରଠାରୁ ସିଟିବସ ଚଳାଚଳକୁ ସମ୍ପୂର୍ଣ ବନ୍ଦ କରାଯାଇଛି। ପରିଚାଳନା ସଂସ୍ଥାର ଏଭଲି ମନମୁଖୀ ବସ ଚଳାଚଳ ନୀତି ଯୋଗୁଁ ଲୋକେ ଅଯଥା ହଇରାଣ ହରକତ ହେଉଛନ୍ତି। କେଉଁ ଦିନ ଚାଲିବ କେଉଁ ଦିନ ବନ୍ଦ ରହିବ ଏହାର କିଛି ଠିକ୍ ଠିକଣା ରହୁ ନାହିଁ। ବସ୍ ସକାଳୁ ଗଲେ ଫେରିବ କି ନାହିଁ ତାହା ଜଣାପଡୁ ନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

- Advertisement -

ଲଇଡାକୁ ଆସୁଥିବା ସିଟି ବସ୍ ପ୍ରତି ରବିବାର ଦିନ ବନ୍ଦ କରି ରହୁଥିବା ବେଳେ ବିଭିନ୍ନ ସରକାରୀ ଛୁଟି ଦିନ ମଧ୍ୟ ବସ ଚଳାଚଳ ବନ୍ଦ ରହିଥାଏ। ଜିଲାପାଳ ଏଦିଗରେ ହସ୍ତକ୍ଷେପ କରି ସମ୍ବଲପୁରରୁ ପରମାଣପୁର ଦେଇ ଲଇଡାକୁ ଚାଲୁଥିବା ସିଟିବସ୍ ନିୟମିତ ଭାବରେ ଚଳାଚଳ ବ୍ୟବସ୍ଥା ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ନିବେଦନ କରାଯାଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories