ଜୋତା ଦୋକାନରେ ଅଗ୍ନିକାଣ୍ଡ

0

ଲକ୍ଷ୍ମୀପୁର : କେରାପୁଟ ଜିଲା ଲକ୍ଷ୍ମୀପୁର ବସଷ୍ଟାଣ୍ଡରେ ଥିବା ଏକ ଜୋତା ଦୋକାନରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ବହୁ ଟଙ୍କାର ଜୋତା ପୋଡ଼ି ନଷ୍ଟ ହୋଇଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଏକ ଚାହା ଦୋକାନରେ ଚାହା ପିଇବା ବେଳେ ସମ୍ମୁଖରେ ଥିବା ସୁକାନ୍ତୀ ମହାନ୍ତିଙ୍କ ଜୋତ ଦୋକାନରୁ ଧୂଆଁ ବାହାରୁଥିବାର ଲୋକେ ଦେଖିଥିଲା। ଧୂଆଁ ବାହାରୁଥିବା ଦେଖି ଲୋକମାନେ ସ୍ଥାନୀୟ ଦମକଳ କାର୍ଯ୍ୟାଳୟକୁ ଫୋନ କରିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ସହିତ ସ୍ଥାନୀୟ ଯୁବକମାନେ ଦୋକନରୁ ଜୋତା ଗୁଡ଼ିକ ବାହର କରିଥିଲେ। ଦୋକାନରେ ଯାହା ଚପଲ ଥିଲା ସେଥିରୁ ଅଧାରୁ ଊର୍ଦ୍ଧ୍ବ ଚପଲ ପୋଡ଼ି ଯାଇଥିବା ସୂଚନା ମିଳିଛି। ସୁକାନ୍ତୀଙ୍କ ସ୍ୱାମୀ ଜଣେ ଭିନ୍ନକ୍ଷମ ହୋଇଥିବାରୁ ସେ ଗୋଟିଏ ଛେଟକାଟିଆ ଚପଲ ଦୋକାନ କରିଥିଲେ। ଏଥିରେ ତାଙ୍କର ଗୁଜୁୁରାଣ ମେଣ୍ଟୁଥିଲା। ତେବେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ଚପଲ ପୋଡ଼ି ନଷ୍ଟ ହୋଇ ଯାଇଥିବାର ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଛନ୍ତି। ତେବେ ଦୋକାନରେ ବିଦ୍ୟୁତ ସଂଯୋଗ ନଥିବା ବେଳେ ଦୋକାନରେ କେମିତି ନିଆଁ ଲାଗିଲା ତାହାଜଣା ପଡ଼ି ନାହିଁ। ନିଆଁ ଲାଗିବା ଦେଖି ଶହ ଶହ ଲୋକ ରୁଣ୍ଡ ହୋଇ ଯାଇଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ମଧ୍ୟ ପହଞ୍ଚିଥିଲା।

Leave A Reply