ଥାନାରେ ଏଫଆଇଆର ଲେଖିବା ପାଇଁ ଆବଶ୍ୟକ ଆଧାର!

0

ନୂଆଦିଲ୍ଲୀ : ଏବେ ପୁଲିସ୍‌ ଥାନାରେ ପ୍ରାଥମିକ ସୂଚନା ରିପୋର୍ଟ (ଏଫଆଇଆର) ଲେଖିବା ପାଇଁ ଆଧାର ନମ୍ବର ଆବଶ୍ୟକ ପଡୁଛି । ଅଭିଯୋଗକାରୀ ଏବଂ ସାକ୍ଷୀଙ୍କ ସହ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଥାନାଗୁଡ଼ିକରେ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରାଯାଇଛି । ତେଣୁ ଥାନାରେ ଏଫଆଇଆର ଲେଖାଇବା ବା ମାମଲା ରୁଜୁ କରିବା ପାଇଁ ଅଭିଯୋଗକାରୀଙ୍କୁ ନିଜର ଏବଂ ସାକ୍ଷୀଙ୍କ ଆଧାର ନମ୍ବର ନେଇଯିବାକୁ ପଡିବ । ତେବେ ଏହାକୁ ବାଧ୍ୟତାମୂଳକ କରାଯାଇନାହିଁ । ପୁଲିସ୍‌ ହେଡକ୍ୱାଟର୍ସରୁ ନିର୍ଦେଶ ଆସିବା ପରେ ମଧ୍ୟପ୍ରଦେଶର ଅନେକ ଥାନାରେ ଆଧାର ନମ୍ବର ବ୍ୟବସ୍ଥା ଲାଗୁ କରାଯାଇଛି। ସରକାରଙ୍କ ପ୍ରାୟ ଯୋଜନା ପାଇଁ ଆଧାର ନମ୍ବରର ଆବଶ୍ୟକତା ପଡୁଛି । ଫଳରେ ଆଧାର ଅତ୍ୟନ୍ତ ଜରୁରୀ ଦସ୍ତାବିଜରେ ପରିଣତ ହୋଇଛି।

Leave A Reply