www.samajalive.in
Tuesday, December 9, 2025
16.1 C
Bhubaneswar

ବଢ଼ୁଛି ହେମନ୍ତଙ୍କ ଅଡ଼ୁଆ: ମାସ୍କ କିଣା ଦୁର୍ନୀତି ନେଇ କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ବର: ମାସ୍କ କିଣାକୁ ନେଇ ବଢ଼ୁଛି ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମାଙ୍କ ଅଡ଼ୁଆ । ମାସ୍କ କିଣା ଅନିୟମିତତାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବାବେଳେ ଓଡ଼ିଶା ସୂଚନା ଅଧିକାର ଅଭିଯାନ କ୍ୟାପିଟାଲ ଥାନାରେ ହେମନ୍ତଙ୍କ ନାମରେ ଏତଲା ଦେଇଛି । ଧାର୍ଯ୍ୟ ଦରଠାରୁ ଅଢ଼େଇଗୁଣ ଅଧିକ ଦରରେ ମାସ୍କ କିଣା ଯୋଗୁଁ କିଏ ଫାଇଦା ପାଇଲା ବୋଲି ପ୍ରଶ୍ନ କରିଛି ସୂଚନା ଅଧିକାର ଅଭିଯାନ ।

ସୂଚନାଯୋଗ୍ୟ ଯେ ଶ୍ରୀ ଶର୍ମାଙ୍କୁ  କୋବିଦ ସାମଗ୍ରୀ କ୍ରୟ କମିଟିରେ ହେମନ୍ତ ଶର୍ମା ସଦସ୍ୟ ରହିଥିଲେ । କୋବିଦ ୧୯ ମୁକାବିଲା ନିମନ୍ତେ ପିପିଇ, ମାସ୍କ, ଗ୍ଲୋଭ୍ସ, ସାନିଟାଇଜର ସହ ଭେଣ୍ଟିଲେଟର ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟରେ ଶ୍ରୀ ଶର୍ମା ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥିଲେ । ମାତ୍ର ମାସ୍କ ୯ ଟଙ୍କାରେ କିଣାଯିବାକୁ ସ୍ଥିର ହୋଇଥିବାବେଳେ ତାହାକୁ ୧୬ ଟଙ୍କାରେ କ୍ରୟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ଏହାପରେ ଧାର୍ଯ୍ୟ ସମୟରେ ସାମଗ୍ରୀ ପ୍ରଦାନ କଲେ ୫୦% ଇନସେନଣ୍ଟିଭ ଦିଆଯିବାର ବ୍ୟବସ୍ଥା ହୋଇଥିଲା । ତେଣୁ ମାସ୍କର ଦାମ ୯ ଟଙ୍କା ବଦଳରେ ୨୪ ଟଙ୍କା ପ୍ରଦାନ କରାଯାଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି । ଏହାପରେ କ୍ରୟ କମିଟିରୁ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ବାଦ ଦିଆଯାଇଥିଲା ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories