ରାଜଧାନୀରେ ବାଣ ପ୍ରତିବନ୍ଧକ: ଫୁଟାଇଲେ କିମ୍ବା କିଣିଲେ ଗଣିବେ ଜରିମାନା, ଯିବେ ଜେଲ୍‌

ନୂଆଦିଲ୍ଲୀ: ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର କହିଛନ୍ତି ଯେ ଦିଲ୍ଲୀରେ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ପାଇଁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ତିନି ବର୍ଷ ଜେଲ ଦଣ୍ଡ ହେବ। ମନ୍ତ୍ରୀଙ୍କ କହିବାନୁଯାୟୀ, ଯଦି କୌଣସି ବ୍ୟକ୍ତି ବାଣ ଫୁଟାଇବା କିମ୍ବା କିଣିବା ବେଳେ ଧରାପଡ଼ନ୍ତି, ତାହେଲେ ତାଙ୍କୁ ୨୦୦ ଟଙ୍କା ଜୋରିମାନା ସହ ୬ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ଦୀପାବଳିରେ ଦିଲ୍ଲୀରେ ବାଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମୋଟ୍‌ ୪୦୮ ଦଳ ଗଠନ କରାଯାଇଥିବା ମନ୍ତ୍ରୀ କହିଛନ୍ତି।

 

Comments are closed.