www.samajalive.in
Sunday, December 7, 2025
14.1 C
Bhubaneswar

ଅର୍ଥମନ୍ତ୍ରୀମାନଙ୍କ ସହ ପ୍ରାକ୍ ବଜେଟ୍ ଆଲୋଚନା କଲେ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ

ଡେସ୍କ: ସଂସଦର ଆଗାମୀ ଅଧିବେଶନ କାଳରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ଏହା ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନଙ୍କ ସହ ପ୍ରାକ୍ ବଜେଟ୍ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ।

ଏନଟିଏ ଉଦ୍ଧାର ପାଇଁ କମିଟି ଗଠିତ, ୨ ମାସରେ ଦେବ ରିପୋର୍ଟ

- Advertisement -

ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଗୋଆ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମର ମୁଖ୍ୟମନ୍ତ୍ରୀ, ବିହାର, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଏବଂ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ଅର୍ଥମନ୍ତ୍ରୀ ଏବଂ ଅନ୍ୟମନ୍ତ୍ରୀ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଅଧିକାଂଶ ମନ୍ତ୍ରୀ ଭାରତ ସରକାରଙ୍କ ‘ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା’କୁ ପ୍ରଶଂସା କରିବା ସହ ଅଧିକ ଉନ୍ନତି ପାଇଁ ପରାମର୍ଶ ଦେଇଥିଲେ। ଅଂଶଗ୍ରହଣକାରୀମାନେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ କେତେକ ମୂଲ୍ୟବାନ ପରାମର୍ଶ ଦେବା ସହିତ କେତେକ ରାଜ୍ୟ-ନିର୍ଦ୍ଦିଷ୍ଟ ଅନୁରୋଧ ମଧ୍ୟ ଦେଇଥିଲେ।

କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ ଯେ ରାଜ୍ୟଗୁଡ଼ିକୁ ଠିକ୍ ସମୟରେ ଟିକସ ବଣ୍ଟନ, ଅର୍ଥ ଆୟୋଗ ଅନୁଦାନ ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ ପାଇଁ ବକେୟା ଜିଏସଟି କ୍ଷତିପୂରଣ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ସହାୟତାର ଗୁରୁତ୍ୱ ରହିଛି। ‘ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା’ ସମ୍ପର୍କରେ ଶ୍ରୀମତୀ ସୀତାରମଣ କହିଥିଲେ ଯେ ଅଧିକାଂଶ ଋଣ ବନ୍ଧା ହୋଇନଥିବା ବେଳେ ଏହାର ଏକ ଅଂଶ ରାଜ୍ୟ ଏବଂ କ୍ଷେତ୍ର-ନିର୍ଦ୍ଦିଷ୍ଟ ପୁଞ୍ଜି ପ୍ରକଳ୍ପଗୁଡ଼ିକ ଦ୍ୱାରା ନାଗରିକ-କେନ୍ଦ୍ରୀତ ସଂସ୍କାର ସହିତ ସର୍ତ୍ତମୂଳକ ଭାବରେ ଜଡ଼ିତ ଏବଂ ଆବଶ୍ୟକ ମାନଦଣ୍ଡ ପୂରଣ କରି ଏହି ଋଣ ଲାଭ କରିବାକୁ ରାଜ୍ୟମାନଙ୍କୁ ସେ ଅନୁରୋଧ କରିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories