www.samajalive.in
Saturday, December 6, 2025
23.1 C
Bhubaneswar

ଏନଟିଏ ଉଦ୍ଧାର ପାଇଁ କମିଟି ଗଠିତ, ୨ ମାସରେ ଦେବ ରିପୋର୍ଟ

ଡେସ୍କ: ନିଟ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଓ ନେଟ-ୟୁଜିସି ପରୀକ୍ଷା ବାତିଲ ପରେ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରାଳୟ ଏକ କମିଟି ଗଠନ କରିଛି। ସ୍ୱଚ୍ଛ, ସୁରୁଖୁରୁରେ ଏବଂ ନିରପେକ୍ଷ ରୂପେ ପରୀକ୍ଷା ପରିଚାଳନା ସୁନିଶ୍ଚିତ କରିବା ପାଇଁ ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ୨ ମାସ ମଧ୍ୟରେ ମନ୍ତ୍ରଣାଳୟକୁ ରିପୋର୍ଟ ଦେବ।

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ତଥା ଆଇଆଇଟି କାନପୁରର ବିଓଜିର ଅଧ୍ୟକ୍ଷ ଡ. କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ୭ ଜଣିଆ କମିଟି ପରୀକ୍ଷା ପ୍ରକ୍ରିୟାରେ ସଂସ୍କାର ସହିତ ଡାଟା ସୁରକ୍ଷା ପ୍ରୋଟୋକଲ, ଏନଟିଏର ଢାଞ୍ଚା ଓ ପରିଚାଳନାରେ ସୁଧାର ପାଇଁ ସୁପାରିସ କରିବ। ଏହି କମିଟିରେ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି ଜେ ରାଓ, ଆଇଆଇଟି ମାଡ୍ରାସର ସିଭିଲ ଇଞ୍ଜିନିୟରିଂ ବିଭାଗର ଅତିଥି ପ୍ରାଧ୍ୟାପକ ପ୍ରଫେସର ରାମମୂର୍ତ୍ତି କେ., ପିପୁଲ ଷ୍ଟ୍ରଙ୍ଗ ଏବଂ କର୍ମଯୋଗୀ ଭାରତର ବୋର୍ଡ ସଦସ୍ୟ ପଙ୍କଜ ବଂଶଲ, ଆଇଆଇଟି ଦିଲ୍ଲୀର ଛାତ୍ର ବ୍ୟାପାର ଡିନ୍ ପ୍ରଫେସର ଆଦିତ୍ୟ ମିତ୍ତଲ ସଦସ୍ୟ ଏବଂ ଭାବେ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗୋବିନ୍ଦ ଜୟସ୍ୱାଲ ସଦସ୍ୟ ସଚିବ ରହିଛନ୍ତି।

- Advertisement -

ସୂଚନା ଅନୁଯାୟୀ, ୭ ଜଣିଆ କମିଟି ନିମ୍ନଲିଖିତ ବିଷୟ ଗୁଡିକରେ ସୁପାରିଶ କରିବ।
୧. ପରୀକ୍ଷା ପ୍ରକ୍ରିୟାରେ ସଂସ୍କାର ଆଣିବା
୨. ପରୀକ୍ଷା ପ୍ରକ୍ରିୟାର ବିଶ୍ଳେଷଣ କରିବା ଏବଂ ବ୍ୟବସ୍ଥାର ଦକ୍ଷତାରେ ଉନ୍ନତି ଆଣିବା
୩. ପରୀକ୍ଷା ପ୍ରକ୍ରିୟାରେ ସମ୍ଭାବ୍ୟ ଉଲ୍ଲଂଘନକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେବା
୪. ଏନଟିଏର ପ୍ରୋଟୋକଲର ସମ୍ପୂର୍ଣ୍ଣ ସମୀକ୍ଷା କରିବା ଓ ସୁଦୃଢ଼ କରିବା ନିମନ୍ତେ ପରାମର୍ଶ ଦେବା
୫. ଡାଟା ସୁରକ୍ଷା ପ୍ରୋଟୋକଲରେ ଉନ୍ନତି
୬. ବର୍ତ୍ତମାନର ଡାଟା ସୁରକ୍ଷା ପ୍ରକ୍ରିୟା ଏବଂ ଏନଟିଏର ପ୍ରୋଟୋକଲଗୁଡିକର ମୂଲ୍ୟାଙ୍କନ ଓ ଏଥିରେ ସୁଧାର ପାଇଁ ପଦକ୍ଷେପ ସୁପାରିସ କରିବା
୭. ବିଭିନ୍ନ ପରୀକ୍ଷା ପାଇଁ ପେପର ସେଟିଂ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ବନ୍ଧୀୟ ବର୍ତ୍ତମାନର ସୁରକ୍ଷା ପ୍ରୋଟୋକଲ ଯାଞ୍ଚ କରିବା

୮. ଏନଟିଏର ଢାଞ୍ଚା ଓ ପରିଚାଳନାରେ ଉନ୍ନତି ଆଣିବା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories