www.samajalive.in
Saturday, December 6, 2025
16.1 C
Bhubaneswar

ଅଧ୍ୟକ୍ଷଙ୍କ ଜନ୍ମଦିନରେ ମେଗା ରକ୍ତଦାନ ଶିବିର

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ପରିସରରେ କାର୍ଯ୍ୟରତ ଚେନାଇ ରାଧା ଇଞ୍ଜିନିଅର୍ସ ୱାର୍କସ କମ୍ପାନୀର ଗ୍ରୁପ ଅଧ୍ୟକ୍ଷ ଏସ. ଭେଙ୍କଟସନଙ୍କ ୮୦ତମ ଜନ୍ମଦିନକୁ ସ୍ମରଣୀୟ କରିବାକୁ କମ୍ପାନୀର ଲାଞ୍ଜିଗଡ ୟୁନିଟର କର୍ମଚାରୀ ନେଇଛନ୍ତି ଉଲ୍ଲେଖନୀୟ ପଦକ୍ଷେପ। ଅଧ୍ୟକ୍ଷଙ୍କ ଜନ୍ମଦିନରେ ହୋମଯଜ୍ଞ, ଜନ୍ମଦିନ କେକ କାଟିବା, ବୃକ୍ଷରୋପଣ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ କମ୍ପାନୀର ଶତାଧିକ ଅଧିକାରୀ ଓ କର୍ମଚାରୀ ସାମୁହିକ ଭାବେ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବେଦାନ୍ତ ଲିମିଟେଡ଼ ପ୍ଲାଣ୍ଟ ହସ୍ପିଟାଲ ପରିସରରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରକୁ ବେଦାନ୍ତ ପାୱାର ପ୍ଲାଣ୍ଟ ମୁଖ୍ୟ ସୁସୀମ ବେହେରା, ବିଦ୍ୟୁତ ବିଭାଗ ମୁଖ୍ୟ ସଞ୍ଜୟ କୁମାର ଜେନା, ବେଦାନ୍ତ ଲିମିଟେଡ଼ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଚେନାଇ ରାଧା କମ୍ପାନୀର ଆଞ୍ଚଳିକ ପ୍ରବନ୍ଧକ ଦିଲିପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରକୁ ଭି. ଶିବକୁମାର, ଶ୍ରୀଧର ଜେନା, ସନ୍ତୋଷ ସାହୁ, ଚିତ୍ତରଞ୍ଜନ ସୂତାର, ଆର. ଚିତ୍ର କୁମାରନ, ସୂର୍ଯ୍ୟ କୁମାର ସାସମଲ, ଅନୁଜ କୁମାର ଜେନା, ରାକେଶ ଜେନା ପ୍ରମୁଖ ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭବାନୀପାଟଣାସ୍ଥିତ ଓଡ଼ିଶା ରକ୍ତଭଣ୍ଡାର କର୍ମଚାରୀ ଅଜିତ କୁମାର ନାଏକ, ଡମ୍ବରୁଧର ସାହୁ, ଗିରିଶ କୁମାର ନାଏକ, ସଞ୍ଜୀବ ମହାକୁଡ଼, ସୁବୋଧ ପ୍ରଧାନ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏହି ଅବସରରେ ୧୫୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories