୨ ହଜାର ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ଅର୍ଥ ପ୍ରଦାନ

ଗୁରୁଡିଝାଟିଆ : ଆଠଗଡ ବ୍ଲକ ଅନ୍ତର୍ଗତ ନବେଢାର ୪ ପଞ୍ଚାୟତର ୨ ହଜାର ହିତାଧିକାରୀଙ୍କୁ ବର୍ଦ୍ଧିତ ୫ଶହ ଟଙ୍କା ଭତ୍ତା ରାଶି ପ୍ରଦାନ କରାଯାଇଛି । ଏ ନେଇ ଆଜି କୁମାରପୁରଠାରେ ଆୟୋଜିତ ବୈଠକରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତାଧାରୀମାନଙ୍କୁ ବର୍ଦ୍ଧିତ ହାରରେ ଭତ୍ତା ପ୍ରଦାନ କରିବା ଏକ  ଅଙ୍ଗିକାରବଦ୍ଧତା ଓ ଲୋକାଭିମୁଖି ବ୍ୟବସ୍ଥା ବୋଲି କହିଥିଲେ । ସାଢେ ୪ କୋଟି ଓଡିଆଙ୍କ  ମୁହଁରେ ହସ ଫୁଟାଇବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ବୋଲି ଆଚାର୍ଯ୍ୟ କହିବା ସହିତ କୁମାରପୁର,  ଗୁରୁଡିଝାଟିଆ, ଛଅଗାଁ ଓ ଗୋବରା ଉପସ୍ଥିତ ଭତ୍ତାଧାରୀମାନଙ୍କୁ ସୁବିଧା ଅସୁବିଧାରେ ସଦାସର୍ବଦା ଅଛୁ ବୋଲି କହିଥିଲେ । ଯୁବନେତା ପ୍ରଦୀପ୍ତ କୁମାର ଦାସ, ମାମୁନି ରାଉତ, ଛଅଗାଁ  ସରପଞ୍ଚ ତୁଷାର କୁମାର ସାହୁ, ଗୋବରା ସରପ ଦିପ୍ତୀମୟୀ ଥାଟୋଇ, ଗୁରୁଡିଝାଟିଆ ସରପଞ୍ଚ  ବୈଜୟନ୍ତୀ ଦଳାଇ ଓ ଆଲୋକ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

Comments are closed.