ଶ୍ରୀଦେବୀ ଶ୍ରେଷ୍ଠ ଅଭିନେତ୍ରୀ, ବିନୋଦ ଖାନ୍ନାଙ୍କୁ ଦାଦା ସାହେବ ଫାଲ୍‍କେ

0

ନୂଆଦିଲ୍ଳୀ: ୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି। ବଲିଉଡ୍‍ ଆକାଶର ଚାନ୍ଦନି ଶ୍ରୀଦେବୀଙ୍କୁ ‘ମମ’୍‍ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ କରାଯାଇଛି। ସେହିପରି ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ବିନୋଦ ଖାନ୍ନାଙ୍କୁ ଦାଦା ସାହେବ ଫାଲ୍‍କେ ସମ୍ମାନରେ ସମ୍ମାନିତ କରାଯିବ। ମରଣୋତ୍ତର ଭାବେ ଏହି ଦୁଇ କଳାକାରଙ୍କୁ ସମ୍ମାନିତ କରାଯିବ। ମାଲାୟାଲାମ୍‍ ଫିଲ୍ମ ‘ଭୟାନକମ୍‍’ ପାଇଁ ଜୟରାଜଙ୍କୁ ଶ୍ରେଷ୍ଠ ନିର୍ଦେଶକ ଓ ‘ନ୍ୟୁଟନ୍‍’କୁ ଶ୍ରେଷ୍ଠ ହିନ୍ଦି ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯିବ। ବଙ୍ଗଳା ଚଳଚ୍ଚିତ୍ର ‘ନଗର କୀର୍ତ୍ତନ’ ପାଇଁ ରିଦ୍ଧି ସେନ୍‍ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ କୌଣସି ଚଳଚ୍ଚିତ୍ରର କାହାଣୀ ପାଇଁ ପୁସ୍ତକକୁ ପୁରସ୍କୃତ କରାଯିବ। ମଣିପୁରୀ ଫିଲ୍ମକୁ ଏହି ପୁରସ୍କାର ମିଳିବ। ସର୍ବଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ବାହୁବଳୀ ୨କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଓଡ଼ିଆ ଚଳଚ୍ଚିତ୍ର ‘ହ୍ୟାଲୋ ଆରସି’ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଆସନ୍ତା ମେ’ ୩ ତାରିଖରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ।
ଅନ୍ୟାନ୍ୟ ବର୍ଗରେ ପୁରସ୍କାର ପାଇଁ ମନୋନୀତ ଚଳଚ୍ଚିତ୍ର ଓ କଳାକାରଙ୍କ ତାଲିକା:

prayash

ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର(ଜାତୀୟ ସଂହତି): ଧାପ୍ପା(ମରାଠୀ)
ସର୍ବଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ପୁରସ୍କାର: ଲଦାଖ୍‍
ସର୍ବଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର: କଚ୍ଚା ନିମ୍ବୁ
ସର୍ବଶ୍ରେଷ୍ଠ ମାଲାୟାଲାମ୍‍ ଚଳଚ୍ଚିତ୍ର: ଥୋଣ୍ଡିମୁଥାଲୁମ୍‍ ଦ୍ରିକ୍‍ସାକ୍ଷୁମ୍‍
ସର୍ବଶ୍ରେଷ୍ଠ ବଙ୍ଗଳା ଚଳଚ୍ଚିତ୍ର: ମୟୂରାକ୍ଷୀ
ସର୍ବଶ୍ରେଷ୍ଠ ଅସମିଆ ଚଳଚ୍ଚିତ୍ର: ଇସ୍ୟୁ
ସର୍ବଶ୍ରେଷ୍ଠ ତାମିଲ୍‍ ଚଳଚ୍ଚିତ୍ର: ଟୁ ଲେଟ୍‍
ସର୍ବଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର: ଗାଜି
ସର୍ବଶ୍ରେଷ୍ଠ ଗୁଜରାଟୀ ଚଳଚ୍ଚିତ୍ର: ଡିଏଚ୍‍ଏଚ୍‍
ସର୍ବଶ୍ରେଷ୍ଠ ଆକ୍‍ସନ୍‍ ନିର୍ଦେଶନା: ବାହୁବଳୀ ୨
ସର୍ବଶ୍ରେଷ୍ଠ ନୃତ୍ୟ ସଂଯୋଜନା: ଗଣେଶ ଆଚାର୍ଯ୍ୟ(ଟଏଲେଟ୍‍ ଏକ୍‍ ପ୍ରେମ୍‍ କଥା)
ସର୍ବଶ୍ରେଷ୍ଠ ସ୍ପେଶାଲ୍‍ ଆଫେକ୍ଟ: ବାହୁବଳୀ ୨
ସର୍ବଶ୍ରେଷ୍ଠ ଜୁରୀ ଆୱାର୍ଡ: ନଗର କୀର୍ତ୍ତନ(ବଙ୍ଗଳା)
ସର୍ବଶ୍ରେଷ୍ଠ ଗୀତ: ମୁଥୁ ରତ୍ନା(କନ୍ନଡ଼ ଫିଲ୍ମ – ମାର୍ଚ୍ଚ ୨୨)
ସର୍ବଶ୍ରେଷ୍ଠ ସଂଗୀତ: ଏ ଆର ରେହେମାନ୍‍(କାତ୍ରୁ ଭେଲିଇଦାୟୀ)
ସର୍ବଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ସଂଗୀତ: ଏ ଆର ରେହେମାନ୍‍(ମମ୍‍)
ସର୍ବଶ୍ରେଷ୍ଠ ରୂପସଜ୍ଜା: ରାମ୍‍ ରଜକ୍‍(ନଗର କୀର୍ତ୍ତନ)
ସର୍ବଶ୍ରେଷ୍ଠ ଅଳଂକରଣ: ସନ୍ତୋଷ ରାଜନ(ମାଲାୟାଲାମ୍‍)
ସର୍ବଶ୍ରେଷ୍ଠ ସମ୍ପାଦନା: ରୀମା ଦାସ
ସର୍ବଶ୍ରେଷ୍ଠ ଚିତ୍ରନାଟ୍ୟ: ଥୋଣ୍ଡିମୁଥାଲୁମ୍‍ ଦ୍ରିକ୍‍ସାକ୍ଷୁମ୍‍
ସର୍ବଶ୍ରେଷ୍ଠ ଚିତ୍ରନାଟ୍ୟ(ଆନୀତ): ଭୟାନକମ୍‍
ସର୍ବଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା: ଶଶା ତିରୁପତି(ଭାନ୍‍ ଭାରୁଭାନ୍‍)
ସର୍ବଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ: ୟେସୁଦାସ
ସର୍ବଶ୍ରେଷ୍ଠ ସହ ଅଭିନେତ୍ରୀ: ଦିବ୍ୟା ଦତ୍ତା(ଇରାଦା- ହିନ୍ଦୀ)
ସର୍ବଶ୍ରେଷ୍ଠ ସହ ଅଭିନେତା: ଫାହାଦ୍‍ ଫାଜିଲ୍‍
ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର କ୍ରିଟିକ୍‍: ଗିରିଧର ଝା
ଚଳଚ୍ଚିତ୍ର କ୍ରିଟିକ୍‍ ସ୍ୱତନ୍ତ୍ର: ସୁନୀଲ୍‍ ମିଶ୍ର

ସର୍ବଶ୍ରେଷ୍ଠ ଅଣହିନ୍ଦି ଫିଚର ଫିଲ୍ମ: ଭିଲେଜ୍‍ ରକ୍‍ଷ୍ଟାର
ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର (ସାମାଜିକ ଧର୍ମୀ): ଆଲୋରୁକମ୍‍
ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର (ପରିବେଶଧର୍ମୀ): ଇରାଦା
ସର୍ବଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର: ମୋର୍କ୍ଷ୍ୟ
ସର୍ବଶ୍ରେଷ୍ଠ ଶିଶୁ କଳାକାର: ଭାନିତା ଦାସ୍‍(ଭିଲେଜ୍‍ ରକ୍‍ଷ୍ଟାର)
ସ୍ୱତନ୍ତ୍ର ଜୁରୀ ଆୱାର୍ଡ: ନଗର କୀର୍ତ୍ତନ
ସର୍ବଶ୍ରେଷ୍ଠ ଲଦାଖ୍‍ ଚଳଚ୍ଚିତ୍ର: ୱାକିଂ ୱିଥ୍‍ ଦି ୱାଇଣ୍ଡ

Leave A Reply