www.samajalive.in
Monday, December 15, 2025
24.1 C
Bhubaneswar

ଦର୍ଶକ ବିହୀନ ବିଶ୍ବକପକୁ ନେଇ ହକିପ୍ରେମୀ ନିରାଶ

ଭୁବନେଶ୍ୱର : ଜାତୀୟ ହକିର ପେଣ୍ଠସ୍ଥଳ ଭାବେ ଏବେ ଓଡ଼ିଶା ପରିଚିତ। ଓଡ଼ିଶା ସରକାର ଭାରତୀୟ ପୁରୁଷ ଓ ମହିଳା ହକିକୁ ଆପଣାଇବା ପରେ ଓଡ଼ିଶାରେ ହକିକୁ ନେଇ ନୂଆ ଉନ୍ମାଦନା ସୃଷ୍ଟିହୋଇଛି। କଳିଙ୍ଗ ଷ୍ଟାଡିୟମ୍‌ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ହକି ଗ୍ରାଉଣ୍ଡରେ ପରିଣତ ହୋଇଥିବାବେଳେ ଏକାଧିକ ଏଫ୍‍ଆଇଏଚ୍‍ ପ୍ରତିଯୋଗିତା ମଧ୍ୟ ସଫଳତାର ସହିତ ପରିଚାଳିତ ହୋଇଛି। ୨୦୧୮ ପୁରୁଷ ହକି ବିଶ୍ବକପ୍‌୍‌ରେ କଳିଙ୍ଗ ଷ୍ଟାଡିୟମ୍‌ରେ ମ୍ୟାଚ ଦେଖିବାକୁ ଦର୍ଶକଙ୍କ ଉତ୍ସାହ କମ୍‍ ନଥିଲା। ଏଭଳି ଉତ୍ସାହକୁ ଏଫ୍‍ଆଇଏଚ୍‍ଠାରୁ ଆରମ୍ଭକରି ବିଭିନ୍ନ ଦେଶର ଖେଳାଳିମାନେ ମଧ୍ୟ ପ୍ରଶଂସା କରିଥିଲେ। ଏବେ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ ଲାଗି ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। କରୋନା ମହାମାରୀ ପାଇଁ ହକି ଇଣ୍ଡିଆ ଓ ରାଜ୍ୟ ସରକାର ଦର୍ଶକ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ଫଳରେ ବିନା ଦର୍ଶକରେ ମ୍ୟାଚ ଖେଳାଯିବ; ଯାହାକୁ ନେଇ ଆମ ହକିପ୍ରେମୀଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଛି।
ଭାରତରେ କରୋନା ସ୍ଥିତି ସାମାନ୍ୟ ନିୟନ୍ତ୍ରଣାଧିନ ଥିବା ବେଳେ ଓଡ଼ିଶାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସପାଇଛି। ଭୁବନେଶ୍ୱରରେ ଏବେ ମଧ୍ୟ ସଂକ୍ରମଣ ସ୍ଥିତି ହ୍ରାସପାଇଛି। ଏଭଳି ସ୍ଥିତିରେ ହକି ବିଶ୍ବକପ୍‌ ଲାଗି ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ୍‌କୁ ପ୍ରବେଶର ଅନୁମତି ପ୍ରଦାନ କରାଯିବାର ଆବଶ୍ୟକତା ଥିଲା ବୋଲି ହକିପ୍ରେମୀ କହିଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‍ ଜୟପୁର, ରାଞ୍ଚି ଓ କଲକାତାରେ ଖେଳା ଯାଇଥିଲା। ଜୟପୁରରେ ୫୦ ପ୍ରତିଶତ ଦର୍ଶକରେ ମ୍ୟାଚ ଖେଳା ଯାଇଥିବା ବେଳେ ରାଞ୍ଚି ଓ କଲକାତାରେ ୧୦୦% ଦର୍ଶକ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିଲେ। ଆୟୋଜକ କରୋନା କଟକଣା ସହ ଦର୍ଶକଙ୍କୁ କ୍ରିକେଟ ମ୍ୟାଚ ଦେଖିବାର ସୁଯୋଗ ଦେଇଥିଲେ। ଭୁବନେଶ୍ୱର କନିଷ୍ଠ ବିଶ୍ବକପ୍‌ ହକି ଲାଗି ମଧ୍ୟ ୫୦ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ସୁଯୋଗ ମିଳିବାର ଆବଶ୍ୟକତା ଥିଲା ବୋଲି ଅନେକେ କହନ୍ତି। କରୋନା କଟକଣା ଅନୁଯାୟୀ ଦର୍ଶକଙ୍କୁ ଷ୍ଟାଡିୟମ୍‌ରେ ମ୍ୟାଚ ଦେଖିବାର ସୁଯୋଗ ମିଳିବାର ଥିଲା। କାରଣ ଦର୍ଶକ ଷ୍ଟାଡିୟମ୍‌ ଗ୍ୟାଲେରୀରେ ରହିବେ। ସେମାନେ ଖେଳାଳି କିମ୍ବା ଅଫିସିଆଲଙ୍କ ସଂସ୍ପର୍ଶରେ ଆସିବେନାହିଁ। ଏହାଛଡ଼ା ରାଜ୍ୟରେ ବହୁ ପ୍ରତିଶତ ବ୍ୟକ୍ତି ଟିକା ନେଇ ସାରିଛନ୍ତି। ଏଭଳି ସ୍ଥିତିରେ ଦର୍ଶକ ପ୍ରବେଶ ଉପରେ କଟକଣା ଲାଗୁ କରାଯିବା ଅନୁଚିତ ବୋଲି ହକିପ୍ରେମୀ ମତ ରଖିଛନ୍ତି। ରାଜ୍ୟ କ୍ରୀଡ଼ା ବିଭାଗ ଓ ହକି ଇଣ୍ଡିଆ ଏଦିଗରେ ବିଚାର କରିବାର ଆବଶ୍ୟକତା ଥିଲା। ସମ୍ପୂର୍ଣ୍ଣ ନହେଲେ ବି ୫୦ ପ୍ରତିଶତ ଦର୍ଶକଙ୍କୁ ସୁଯୋଗ ମିଳିବା ଉଚିତ ବୋଲି ହକିପ୍ରେମୀ ମତ ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories