ଏଫ୍ଆଇଏଚ୍ ହକି ସିରିଜ୍ ଫାଇନାଲ୍ସ୍: କ୍ରସ ଓଭର ମ୍ୟାଚ ଆଜି
ଭୁବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମ ହକି କେମ୍ପ୍ଲକ୍ସରେ ଚାଲିଥିବା ଏଫ୍ଆଇଏଚ୍ ହକି ସିରିଜ୍ ଫାଇନାଲସ୍ର ଲିଗ୍ ପର୍ଯ୍ୟାୟ ମ୍ୟାଚ ଶେଷ ହୋଇଛି। ବୁଧବାର ସପ୍ତମ ଓ ଅଷ୍ଟମ ସ୍ଥାନ ସହ ଦୁଇଟି କ୍ରସ ଓଭର ମ୍ୟାଚ ଖେଳାଯିବ। ଉଜ୍ବେକିସ୍ତାନ ଓ ମେକ୍ସିକୋ ମଧ୍ୟରେ ସପ୍ତମ ଓ ଅଷ୍ଟମ ସ୍ଥାନ ଲାଗି ସକାଳ ୮ଟା୪୫େର ମ୍ୟାଚ ଖେଳାଯିବ। ସେହିପରି ଅପରାହ୍ଣ ୫ଟାରେ ପ୍ରଥମ କ୍ରସ ଓଭର ମ୍ୟାଚ ଜାପାନ ଓ ପୋଲାଣ୍ଡ ମଧ୍ୟରେ ଖେଳାଯିବାବେଳେ ଦ୍ବିତୀୟ କ୍ରସ ଓଭର ମ୍ୟାଚ ରାତି ୭ଟା୧୫ରୁ ଦକ୍ଷିଣ ଆଫ୍ରିକା ଓ ରୁଷିଆ ମଧ୍ୟରେ ଖେଳାଯିବ। ଜାପାନ ଓ ପୋଲାଣ୍ଡ ମ୍ୟାଚର ବିଜେତା ୧୪ରେ ଭାରତ ସହିତ ପ୍ରଥମ, ଦକ୍ଷିଣଆଫ୍ରିକା ଓ ରୁଷିଆ ମ୍ୟାଚର ବିଜେତା ଆମେରିକା ସହିତ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳିବ। ଗ୍ରୁପ୍ ‘ବି’ ରେ ସ୍ଥାନ ପାଇଥିବା ଜାପାନ ଲିଗ୍ ପର୍ଯ୍ୟାୟରେ ୩-୧ ଗୋଲରେ ମେକ୍ସିକୋକୁ, ୨-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ବେଳେ ଆମେରିକା ସହିତ ୨-୨ଗୋଲ ବରାବର ରଖି ଗ୍ରୁପ୍ର ଦ୍ବିତୀୟ ସ୍ଥାନ ହାସଲ କରିଥିଲା। ସେହିପରି ଗ୍ରୁପ୍ ‘ଏ’ ରେ ସ୍ଥାନ ପାଇଥିବା ପୋଲାଣ୍ଡ ୪-୦ ଗୋଲରେ ଉଜ୍ବେକିସ୍ତାନକୁ ପରାସ୍ତ କରିଥିବାବେଳେ ୧-୩ ଗୋଲରେ ଭାରତ ଓ ୩-୨ ଗୋଲରେ ରୁଷିଆ ନିକଟରୁ ପରାଜିତ ହୋଇଥିଲା। ପୋଲାଣ୍ଡ ୪-୦ ଗୋଲେର ଉଜ୍ବେକିସ୍ତାନକୁ ପରାସ୍ତ କରିଥିବାବେଳେ ୨-୩ ଗୋଲରେ ରୁଷିଆ ଓ ୩-୧ ଗୋଲରେ ଭାରତ ନିକଟରୁ ପରାଜିତ ହୋଇଥିଲା। ମ୍ୟାଚ ଲାଗି ସମସ୍ତ ଦଳ ମଙ୍ଗଳବାର ଜୋରଦାର ଅଭ୍ୟାସ କରିଥିଲେ।
Comments are closed.