www.samajalive.in
Wednesday, December 10, 2025
23.1 C
Bhubaneswar

ଆଜି ଅଷ୍ଟ୍ରେଲିଆ-ପାକିସ୍ତାନ ମୁକାବିଲା

ଟଣ୍ଟନ : ଚଳିତ ବିଶ୍ବକପ୍‌ରେ ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ବୁଧବାର। ଚଳିତ ଟୁର୍ଣ୍ଣାମେଣ୍ଟର ୧୭ଶ ଲିଗ୍ ମ୍ୟାଚ୍‌ରେ ବୁଧବାର ଦୁଇ ପୂର୍ବତନ ବିଶ୍ବ ଚମ୍ପିଆନ୍ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। କ୍ରମାଗତ ୨ଟି ମ୍ୟାଚ୍ ଜିତିବା ପରେ ଅଷ୍ଟ୍ରେଲିଆକୁ ପରାସ୍ତକରି ଏହାର ପଥରୋଧ କରିପାରିଛି ଭାରତ। ଅନ୍ୟପକ୍ଷ​‌େ​‌ର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ପେସ୍ ବାହିନୀ ନିକଟରେ ଆତ୍ମସମର୍ପଣ କରିବା ପରେ ୨ୟ ମ୍ୟାଚ୍‌ରେ ବ୍ୟାଟ୍‌ସମ୍ୟାନଙ୍କ ବିସ୍ଫୋରକ ପ୍ରଦର୍ଶନ ବଳରେ ବିଜୟୀ ହୋଇଥିଲା ପାକିସ୍ତାନ। ଶ୍ରୀଲଙ୍କା ବିରୋଧରେ ପାକିସ୍ତାନ ବିଜୟୀହେବ ବୋଲି ଲକ୍ଷ୍ୟ ରଖିଥିବା ବେଳେ ବର୍ଷା ଏହି ମ୍ୟାଚ୍‌କୁ ଧୋଇ ନେଇଥିଲା। ତେଣୁ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ଉଭୟ ପାକିସ୍ତାନ ଓ ଅଷ୍ଟ୍ରେଲିଆ ବୁଧବାର ପଡ଼ିଆକୁ ଓହ୍ଲାଇବେ। ଅବଶ୍ୟ ଏଥିରେ ମଧ୍ୟ ବର୍ଷା ବାଧକ ସାଜିବ ବୋଲି ଆଶଙ୍କା କରାଯାଇଛି।
ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିବା ପୂର୍ବରୁ ପାକିସ୍ତାନ କ୍ରମାଗତ ୧୨ଟି ଦିନିକିଆ ମ୍ୟାଚ୍ ହାରିଥିଲା। ୨୦୧୭ରେ ଶେଷଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ପାକିସ୍ତାନ। ହେଲେ ଏହାପୂର୍ବରୁ ପାକିସ୍ତାନ ସର୍ବାଧିକ ୫ ଥର ବିଶ୍ବ ଚମ୍ପିଆନ ଅଷ୍ଟ୍ରେଲିଆଠାରୁ କ୍ରମାଗତ ୧୩ଟି ଦିନିକିଆ ମ୍ୟାଚ୍ ହାରିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ରେକର୍ଡ ନଥିଲେ ହେଁ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଘୋଷଣା କରି ସାରିଲେଣି ଯେ ଇଂଲଣ୍ଡ ମ୍ୟାଚ୍ ପରି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ତାଙ୍କ ଦଳ ଆକ୍ରମଣାତ୍ମକ ମନୋଭାବ ନେଇ ଖେଳିବ। ଇଂଲଣ୍ଡ ବିପକ୍ଷରେ ବିଜୟ ଦଳର ମନୋଭାବରେ ବହୁତ ପରିବର୍ତ୍ତନ ଆଣିଛି। ଅନ୍ୟପକ୍ଷ​‌େ​‌ର ଅଷ୍ଟ୍ରେଲିଆ ଆଶାରଖିଛି ଯେ ଗତ ୩ଟି ମ୍ୟାଚ୍‌ରୁ ୨ଟି ଅର୍ଦ୍ଧଶତକ ହାସଲ କରିଥିବା ଡେଭିଡ୍‌ ୱାର୍ଣ୍ଣର ରନ୍ କରିବା ଜାରିରଖିବେ ଏବଂ ସାମାନ୍ୟ ଦ୍ରୁତଗତିରେ ସ୍କୋର୍ କରିବେ। ଅଲ୍‌ରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଆହତ ହୋଇ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ କେନ୍ ରିଚାର୍ଡସନ୍ କିମ୍ବା ଜେସନ୍ ବେହେରନ୍‌ଡର୍ଫ ଖେଳିପାରନ୍ତି। ଭାରତ ବିପକ୍ଷରେ ଫର୍ମକୁ ଫେରିବାର ସୂଚନା ଦେଇଥିଲେ ଅ​‌େ​‌ଷ୍ଟ୍ରଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍। ପାକିସ୍ତାନ ବିପକ୍ଷରେ ସେ ଏକ ବଡ଼ ଇନିଂସ ଖେଳିବାର ଲକ୍ଷ୍ୟ ରଖିଛନ୍ତି। ପୁଣିଥ​‌େ​‌ର ଷ୍ଟିଭେନ୍ ସ୍ମିଥ୍ ଓ ଉସ୍‌ମାନ ଖାୱାଜା ଅଷ୍ଟ୍ରେଲିଆର ମଧ୍ୟକ୍ରମ ସମ୍ଭାଳିବେ। ଆଗକୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଥିବାରୁ ଅଷ୍ଟ୍ରେଲିଆ ଚାହିଁବ ଯେ ଗ୍ଲେନ୍ ମ୍ୟାକ୍ସୱେଲ ଏକ ବଡ଼ ସ୍କୋର୍ କରନ୍ତୁ। ପୁଣିଥରେ କଙ୍ଗାରୁ ଆକ୍ରମଣର ନେତୃତ୍ବ ନେବେ। ସେହିପରି ଦୁଇ ବାମହାତି ଫାଷ୍ଟବୋଲର ମହମ୍ମଦ ଆମିର ଓ ୱହାବ୍ ରିଆଜ୍ ପାକିସ୍ତାନ ବୋଲିଂ ଆକ୍ରମଣର ନେତୃତ୍ବ ନେବେ। ବ୍ୟାଟିଂରେ ଦୁଇ ଓପ୍‌ନର ଫଖର ଜମାନ୍ ଓ ଇମାମ୍‌ ଉଲ୍ ହକ୍‌ଙ୍କ ସହ ବାବର ଆଜମ୍‌ଙ୍କ ଉପରେ ପାକିସ୍ତାନ ଅଧିନ ନିର୍ଭରଶୀଳ। ସମ୍ଭାଳିବେ। ଏତିିକି କୁହା ଯାଇପାରେ ଯେ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ଫେଭରିଟ୍।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories