www.samajalive.in
Tuesday, December 9, 2025
26.1 C
Bhubaneswar

ଜିଲାରେ ନୈରାଶ୍ୟ ଜନକ ମାଟ୍ରିକ୍ ପରୀକ୍ଷା ଫଳ ପ୍ରସଙ୍ଗ ; ୧୨୬ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଜବାବ ତଲବ

ସୁନ୍ଦରଗଡ଼ : ନିକଟରେ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳକୁ ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିନ୍ତା ପ୍ରକଟ କରିବା ସହ ଆକ୍ସନ ମୁଡ଼୍‌ରେ ଚାଲିଆସିଥିବାର ଜଣାପଡ଼ିଛି । ଗତବର୍ଷ ତୁଳନାରେ ଏ ବର୍ଷର ପରୀକ୍ଷା ଫଳ ଏକ ପ୍ରକାର ନୈରାଶ୍ୟ ଜନକ ହୋଇଛି ବୋଲି ବିଭାଗର ହୃଦବୋଧ ହେବା ପରେ ଏହାକୁ ନେଇ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ସେଥିପାଇଁ ଏକ ସୁଚିନ୍ତିତ ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହି ଖସଡ଼ା ମୁତାବକ ନୈରାଶ୍ୟ ଜନକ ପରୀକ୍ଷା ଫଳକୁ ନେଇ ଜିଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ୭ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ଜବାବ ତଲବ କରାଯାଇଛି । ଚଳିତ ବର୍ଷ ରାଜ୍ୟରେ ୩ଲକ୍ଷ ୯୬ହଜାର ୧୨୫ଜଣ ପିଲା ପାଶ କରିଥିବା ବେଳେ ୪୦ପ୍ରତିଶତରୁ କମ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ୧ଲକ୍ଷ ୨୨ହଜାର ୬୨ଥିବା ବେଳେ ଫେଲ ବା ଏଫ୍‌ ଗ୍ରେଡ଼ ତାଳିକାରେ ପ୍ରାୟ ୧ଲକ୍ଷ ୬୩ହଜାର ୯୫୪ଜଣ ପିଲା ଥିବାର ଜଣାପଡ଼ିଛି । ମୋଟ ଉପରେ ରାଜ୍ୟରେ ୨ଲକ୍ଷ ୮୬ହଜାର ୨୧୬ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ସନ୍ତୋଷ ଜନକ ନୁହେଁ ବୋଲି ଜଣାପଡ଼ିଛି । ଏହିକ୍ରମରେ ସୁନ୍ଦରଗଡ଼ ଜିଲାର ଗତ ବର୍ଷ ପାଶ ହାର ୭୬.୩୩ ରହିଥିବା ବେଳେ ଚଳିତ ବର୍ଷ ଏହି ପାଶ ହାର ୬୭.୭୦ କୁ ଖସି ଆସିଛି । ପ୍ରାୟ ୧୦ ପ୍ରତିଶତ ପାଶ ହାର କମି ଥିବାରୁ ଜିଲା ଶିକ୍ଷା ବିଭାଗ ମଧ୍ୟ ଚିନ୍ତା ପ୍ରକଟ କରିଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦେଶକ୍ରମେ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ଜିଲାରେ ଥିବା ସରକାରୀ, ଅନୁଦାନପ୍ରାପ୍ତ, ଅଣଅନୁଦାନ ପ୍ରାପ୍ତ ଓ ବ୍ଲକ ଗ୍ରାଣ୍ଡ ପ୍ରଭୁତି ୧୨୬ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନୈରାଶ୍ୟ ଜନକ ପରୀକ୍ଷା ଫଳର କାରଣ ଦର୍ଶାଇବା ସହ ସେମାନଙ୍କ ବିରୁଦ୍ଧରେ କାହିକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ଓ ଏ ବାବଦରେ ଶିକ୍ଷକ ମାନେ ନେଇଥିବା ଦରମାକୁ କାହିକି ଅସୁଲ କରା ନ ଯିବ ସେଥିପାଇଁ ଏକ କଡ଼ା ନିର୍ଦେଶନାମା ଜାରି କରିଥିବାର ଜଣାପଡ଼ିଛି । ସଂପ୍ୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ଏ ନିର୍ଦେଶନାମାରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ସୂଚନା ଯୋଗ୍ୟ, ଏହି ୧୨୬ଟି ବିଦ୍ୟାଳୟରେ ୫୦ ପ୍ରତିଶତରୁ କମ ପରୀକ୍ଷା ଫଳ ହୋଇଥିବାର ଜଣାପଡ଼ିଛି । ଜିଲା ଶିକ୍ଷା ଅଧିକାରୀଙ୍କ ଏହି ଜବାବ ତଲବ ନିର୍ଦେଶନାମା ଶିକ୍ଷକ ମହଲରେ କୋକୁଆ ଭୟ ସୃଷ୍ଟି କରିଛି ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories