www.samajalive.in
Friday, December 12, 2025
14.1 C
Bhubaneswar

ଫିଫା ମାନ୍ୟତାର ୧୦୫ତମ ସ୍ଥାନରେ ଭାରତୀୟ ପୁରୁଷ ଦଳ

ନୂଆଦିଲ୍ଲୀ: ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ସଂସ୍ଥା (ଫିଫା) ପକ୍ଷରୁ ଗୁରୁବାର ନୂତନ ଭାବେ ପୁରୁଷ ଫୁଟବଲ ମାନ୍ୟତା ପ୍ରଦାନ କରାଯାଇଛି। ମାନ୍ୟତାର ୧୦୫ତମ ସ୍ଥାନରେ ଭାରତ ରହିଛି। ବେଲଜିୟମ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଫ୍ରାନ୍ସ ଦ୍ବିତୀୟ ,ବ୍ରାଜିଲ ୩ୟ, ଇଂଲଣ୍ଡ ୪ର୍ଥ ଓ ପର୍ତ୍ତୁଗାଲ ୫ମ ସ୍ଥାନରେ ରହିଛନ୍ତି। ଭାରତ ବାହାରିନ୍‌ ଓ ୟୁକ୍ରେନ ବିପକ୍ଷ ବନ୍ଧୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚରେ ଭଲ ପ୍ରଦର୍ଶନ କରି ୧୦୯ତମ ସ୍ଥାନରୁ ୧୦୫ତମ ସ୍ଥାନକୁ ଉନ୍ନୀତ ହୋଇଛି। ୨୧୦ଟି ଫୁଟବଲ ରାଷ୍ଟ୍ରକୁ ନେଇ ମାନ୍ୟତା ପ୍ରଦାନ କରାଯାଇଛି।

ଅନ୍ତର୍ଜାତୀୟ ଫୁଟବଲ ପ୍ରତିଯୋଗିତାକୁ ଆଧାର କରି ଏହି ମାନ୍ୟତା ପ୍ରଦାନ କରାଯାଉଛି। ଆସନ୍ତା ଜୁନ ମଧ୍ୟଭାଗରେ ଏସିଆନ ଫିଫା ବିଶ୍ବକପ ୨୦୨୨ ଯୋଗ୍ୟତାପର୍ଯ୍ୟାୟ ଏସିଆନ ପର୍ଯ୍ୟାୟ ମ୍ୟାଚ ଅନୁଷ୍ଠିତ ହେବ। ଏହାଛଡ଼ା ୨୦୨୧ ଫିଫା ଆରବ କପ୍‌ ମଧ୍ୟ ଅନୁଷ୍ଠିତ ହେବ। ମହିଳା ବିଭାଗରେ ଆମେରିକା ଆଗରେ ରହିଥିବା ବେଳେ ଜର୍ମାନୀ, ଦ୍ବିତୀୟ, ନେଦରଲାଣ୍ଡସ୍‌ ତୃତୀୟ, ଫ୍ରାନ୍ସ ୪ର୍ଥ ଓ ସ୍ବିଡେନ ୫ମ ସ୍ଥାନରେ ରହିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories