www.samajalive.in
Monday, December 8, 2025
14.1 C
Bhubaneswar

ଦୁର୍ଘଟଣା ପରେ ପଙ୍ଗୁ ହୋଇ ପଡି ରହିଛନ୍ତି ୧୦୮ ଆମ୍ବୁଲାନ୍ସ ଚାଳକ

ଫୁଲବାଣୀ : ନିଜ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସା ହେବା ପରେ ମଧ୍ୟ ପଙ୍ଗୁ ହୋଇ ଜୀବନ ଅତିବାହିତ କରୁଛନ୍ତି ଜଣେ ୧୦୮ ଆମ୍ବୁଲାନ୍ସ ଗାଡ଼ିର ଚାଳକ। ଘଟଣା ଘଟିବାର ଇତି ମଧ୍ୟରେ ଏକ ବର୍ଷ ବିତିଗଲାଣି। ଚାଳକ ଜଣକ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ଗ୍ରାମର ମଙ୍ଗିରା ବେହେରାଙ୍କ ପୁଅ ଜୁଗଳ ବେହେର।। ଦିନେ ଆମ୍ବୁଲେନ୍ସ ଚଲାଇ ଦିନରାତି ରୋଗି ସେବାରେ ନିୟୋଜିତ ହୋଇଥିବା ଚାଳକଙ୍କୁ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଜୁଗଳ ବେହେରା କନ୍ଧମାଳ ଜିଲ୍ଲା ନୂଆଁଗାଁ ବ୍ଲକ ସାରଙ୍ଗଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସ ଚାଳକ ଭାବରେ କାର୍ଯ୍ୟରତ ଥିଲେ। ଗତ ୨୦୨୨ ମାର୍ଚ୍ଚ ୨ ତାରିଖ ଦିନ ନିଜ ଭେଣେଇଙ୍କୁ ବାଲିଗୁଡାରୁ ଛାଡି ଏକ ବାଇକ ଯୋଗେ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ଆସୁଥିବା ବେଳେ ସାରଙ୍ଗଗଡ ବାଲିଗୁଡା ମୁଖ୍ୟ ରାସ୍ତାର ନୂଆଁଗାଁ ନିକଟରେ ଥିବା କାରମେଲ ସ୍କୁଲ ନିକଟ ବୁଲାଣିରେ ଏକ ଅଜଣା ବୋଲେରୋ ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଥିଲ।। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ସାରଙ୍ଗଗଡ ପରେ ଅଧିକ ଚିିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ପ୍ରାୟ ବର୍ଷେ ହେଲା ପରିବାର ଲୋକେ ତାଙ୍କ ଚିକିତ୍ସା କରିଥିଲେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାର ସେଭଳି କିଛି ଉନ୍ନତି ନଘଟିବାରୁ ଅର୍ଥ ଅଭାବ ଯୋଗୁଁ ନିଜର ଥିବା ଜମିବାଡି ବନ୍ଧକ ରଖି ବିଶାଖାପାଟଣାରେ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଯାହା ସମ୍ଭବ ସେଥିରେ ଚିକିତ୍ସା ପରେ ନିଜ ଘରକୁ ଫେରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ ଭଲଭାବେ ଚାଲି ପାରୁନାହାନ୍ତି। ଅର୍ଥ ଅଭାବ ତାଙ୍କ ଭବିଷ୍ୟତକୁ ସଂପୂର୍ଣ୍ଣଭାବେ ପଙ୍ଗୁ କରିଦେଇଥିବାର ସେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଜୁଗଳଙ୍କ ଦୁଇ ହାତ ଓ ଦୁଇ ଗୋଡ କାମ କରୁନଥିବା ବେଳେ ଜୁଗଳଙ୍କ ପାଇଁ ଆସାବାଡି ଏବେ ସାହାରା ସାଜିଛି। ଅସହାୟ ଜୁଗଳ ଘରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଓ ସ୍ତ୍ରୀ ରହିଛନ୍ତି। ଗୋଟେପଟେ ପରିବାର ବୋଝ ଓ ଅନ୍ୟପଟେ ଜୁଗଳଙ୍କ ଏହି ଅବସ୍ଥା ପାଇଁ ପାରିବାର ଲୋକେ ସଂପୂର୍ଣ୍ଣଭାବେ ଭାଙ୍ଗି ପଡିଛନ୍ତି। ଦୁର୍ଘଟଣା ପରଠାରୁ ଜୁଗଳଙ୍କ ପରିବାର ସରକାରୀ ସହାୟତା ପାଇଁ ଅନେକ ସ୍ଥାନରେ ଆବେଦନ କରିଥିବା ବେଳେ କୌଣସି ସହାୟତା ମିଳିନଥିବା କହିଛନ୍ତି। ବର୍ତ୍ତମାନ ଯୁଗଳ ସମ୍ପୁର୍ଣ ଭାବରେ ଅପାଙ୍ଗ ହୋଇପଡିଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ଓ ତାଙ୍କ ପରବାର ବର୍ଗ ଏବଂ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories