www.samajalive.in
Monday, December 15, 2025
16.1 C
Bhubaneswar

ଜାତୀୟସ୍ତରରେ କୃତିତ୍ୱ ଅର୍ଜନ କରିଥିବା କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ : ଗୁଜୁରାଟରେ ଅନୁଷ୍ଠିତ ଜାତୀୟ କ୍ରୀଡା-୨୦୨୨ରେ ଜଳକ୍ରୀଡାରେ କୃତୀତ୍ୱ ଅର୍ଜନ କରିଥିବା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୋତ୍ତର ଗ୍ରାମର ଜିତେନ୍ଦ୍ର କୁମାର ବିଶ୍ୱାଳଙ୍କ ଝିଅ ସୁସ୍ମିତା ବିଶ୍ୱାଳଙ୍କୁ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜଳକ୍ରୀଡା ପ୍ରତିଯୋଗୀତାରେ ଓଡିଶା ଜାତୀୟସ୍ତରରେ ୨ୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛି । ଏହି ଦଳରେ ସୁସ୍ମିତା ସକ୍ରିୟ ଭାଗନେଇ ନିଜର କ୍ରୀଡା ଦକ୍ଷତା ପ୍ରଦର୍ଶିତ କରି ରାଜ୍ୟକୁ ଗୌରବାନ୍ୱିତ କରିବା ସହ ନିଜ ଗାଁ ପାଇଁ ମଧ୍ୟ ସୁନାମ ଆଣିଛନ୍ତି । ବିକାଶ ମଞ୍ଚର ସଭାପତି ମାନସ ବସ୍ତିଆ ସୁସ୍ମିତାର ଘରେ ପହଞ୍ଚି ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିବା ସହ ଉତ୍ସାହିତ କରିଥିଲେ। କ୍ରୀଡା କ୍ଷେତ୍ରରେ ଅଧିକ ସଫଳତା ହାସଲ କରି ଦେଶ ପାଇଁ ଗୌରବ ଆଣିବା ନିମନ୍ତେ କହିଥିଲେ ।

 

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories