ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ କହିଲେ ଫାରକୁ ଅବଦୁଲ୍ଲା: ଆମକୁ ହତ୍ୟା କରିବାକୁ ଚାହୁଁଛନ୍ତି, କୋର୍ଟ ଯିବୁ

ଶ୍ରୀନଗର : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫ୍ରେନ୍ସ ନେତା ସାଂସଦ ଫାରୁକ ଅବଦୁଲ୍ଲା ଦୃଢ ବିରୋଧ କରିଛନ୍ତି।

prayash

ଫାରୁକ ମଙ୍ଗଳବାର କହିଛନ୍ତି ଯେ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ଅଗଣତାନ୍ତ୍ରିକ। ଆମେ ଏହା ବିରୋଧରେ କୋର୍ଟ ଯିବୁ। ଏମାନେ ଆମ ହତ୍ୟା କରିବାକୁ ଚାହୁଁଛନ୍ତି। ଆମେ କୌଣସି ପଥର ପିଙ୍ଗାଳି ନୁହେଁ। ହେଲେ ମୋ ଘର ଦ୍ୱାର ବନ୍ଦ କରିଦିଆଯାଇଛି। ମୋ ପୁଅ ଉମର ଅବଦୁଲ୍ଲାକୁ ଜେଲ ପଠାଇ ଦିଆଯାଇଛି। ଅନ୍ୟ ଲୋକଙ୍କୁ ଜେଲରେ ରଖାଯାଇଛି। ଅପରପକ୍ଷରେ ଗୃହ ମନ୍ତ୍ରୀ ଅମତି ଶାହା ଲୋକସଭାରେ ଫାରୁକ ଅବଦୁଲ୍ଲାଙ୍କ ଗିରଫଦାରୀ ଖବରକୁ ଖଣ୍ଡନ କରିଛନ୍ତି। ଅମିତ ଶାହା କହିଛନ୍ତି ଯେ ସେ ନିଜ ଇଚ୍ଛାରେ ନିଜ ଘରେ ଅଛନ୍ତି।

ପ୍ରକାଶ ଯେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ନ୍ୟାସନାଲ କନଫ୍ରେନ୍ସ ନେତା ଉମର ଅବଦୁଲ୍ଲାଙ୍କୁ ସୋମବାର ସନ୍ଧ୍ୟାରେ ଗିରଫ କରାଯାଇଛି। ସେମାନଙ୍କୁ ଶ୍ରୀନଗରର ହରି ନିବାସ ଗେଷ୍ଟ ହାଉସରେ ରଖାଯାଇଛି। ସମ୍ବିଧାନ ଧାରା ୩୭୦ ଉଚ୍ଛେଦ ବିଧେୟକକୁ ନେଇ ମେହବୁବା ଏବଂ ଅବଦୁଲ୍ଲା ବାରମ୍ବାର ଧମକପୂର୍ଣ୍ଣ, ଉତ୍ତେଜକ ଏବଂ ଦଙ୍ଗା ସୃଷ୍ଟିକାରୀ ମନ୍ତବ୍ୟ ଦେଇ ଆସୁଥିଲେ। ପ୍ରଶାସନ ହିଂସାକାଣ୍ଡ ରୋକିବା ସହ ସୁରକ୍ଷା ଦୃଷ୍ଟିରୁ ଏହି ଦୁଇ ନେତାଙ୍କୁ ଗିରଫ କରିଛି ବୋଲି କୁହାଯାଇଛି। ଏହା ପୂର୍ବରୁ ରବିବାର ରାତିରେ ମେହବୁବା ଏବଂ ଅବଦୁଲ୍ଲାଙ୍କୁ ସେମାନଙ୍କ ଘରେ ନଜରବନ୍ଦୀ ରଖାଯାଇଥିଲା। ଘାଟିରେ ସଜାଦ ଲୋନ ସମେତ କେତେକ ବିଚ୍ଛିନ୍ନତାବାଦୀ ନେତା ଏବଂ ରାଜନୈତିକ ଦଳର ନେତା ଏବେବି ନଜରବନ୍ଦୀ ଅଛନ୍ତି। ଶନିବାର ରାତିରୁ ଘାଟିରେ ମୋବାଇଲ, ଲ୍ୟାଣ୍ଡଲାଇନ, ବ୍ରଡବ୍ୟାଣ୍ଡ ସମେତ ଇଣ୍ଟରନେଟ ସେବା ବନ୍ଦ ରହିଛି। ଘାଟିର ୧୪୪ ଧାରା ଜାରି କରାଯାଇଥିବା ବେଳେ ସମସ୍ତ ସରକାରୀ ଅଧିକାରୀଙ୍କୁ ସାଟେଲାଇଟ ଫୋନ ଦିଆଯାଇଛି।

kalyan agarbati

Comments are closed.