www.samajalive.in
Sunday, December 7, 2025
14.1 C
Bhubaneswar

ପଞ୍ଚାୟତର ସମସ୍ୟା ନେଇ ବାଚସ୍ପତିଙ୍କୁ ସାକ୍ଷାତ କଲେ ଗଞ୍ଜାମ ଜିଲା ଫାଶିଗୁଡା ଗ୍ରାମପଞ୍ଚାୟତର ଚାଷୀ

ଭୁବନେଶ୍ବର : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଫାଶିଗୁଡା ଗ୍ରାମପଞ୍ଚାୟତର ୩୦ ନଜ ଗ୍ରାମ ପଞ୍ଚୟତର ସମସ୍ୟା ନେଇ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଭେଟିଛନ୍ତି। ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବାଚସ୍ପତି ଫାଶିଗୁଡା ପଞ୍ଚାୟତର ଚାଷୀମାନଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ଆଲୋଚନା ସମୟରେ ଚାଷୀମାନେ ଅଭାବ ଅସୁବିଧା ସହ ନିଜ ଗ୍ରାମ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ବିସ୍ତୃତଭାବେ ବାଚସ୍ପତିଙ୍କୁ ଜଣାଇଥିଲେ। ଚାଷୀମାନଙ୍କ ସମସ୍ୟା ଶୁଣିବା ପରେ ଯଥାଶିଘ୍ର ସମସ୍ୟା ସମାଧାନ ସହିତ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିଶୃତି ଦେଇଛନ୍ତି। ଏଥି ସହିତ ବାଚସ୍ପତି  ଫାଶିଗୁଡା ଚାଷୀ ମାନଙ୍କ ସମସ୍ୟା ଓ ପଞ୍ଚାୟତର ସମସ୍ୟାକୁ ଉପରେ ବିହିତ ପଦକ୍ଷେପ ନେବାକୁ ଗଞ୍ଜମ ଜିଲାର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।  

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories