www.samajalive.in
Saturday, December 6, 2025
26.1 C
Bhubaneswar

ବାପା ଚାଷୀ, ମା’ ଗୃହିଣୀ – କନଷ୍ଟେବଳ ପୁଅ ହେଲେ ଉପଜିଲ୍ଲାପାଳ

ଡେସ୍କ: ଆପଣ ସମସ୍ତେ ନିଶ୍ଚୟ ଏହା ଶୁଣିଥିବେଯେ ଯେଉଁମାନେ ଚେଷ୍ଟା କରନ୍ତି ସେମାନେ କେବେ ହାରି ଯାଆନ୍ତି ନାହିଁ। ଏମିତି କି କରି ଦେଖାଇଛନ୍ତି ଉତ୍ତରପ୍ରଦେଶ ହରଦୋଇ ପୁଲିସରେ କନଷ୍ଟେବଳ ଚାକିରୀ କରିଥିବା ଦୀପକ ସିଂ। ସେ କେନ୍ଦ୍ରୀୟ ଲୋକସେବା ଆୟୋଗ – ୟୁପିଏସସିର ପିସିଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦ତମ ମାନ୍ୟତା ପାଇଛନ୍ତି।

ଶସ୍ତାହେଲା ଥରେ ଚାର୍ଜ କଲେ ୧୫୦ କିମି ଦୌଡ଼ୁଥିବା ଏହି ଇଲେକ୍ଟ୍ରିକ୍‌ ବାଇକ୍‌

- Advertisement -

ବରବାଙ୍କି ଜିଲ୍ଲାର ବାସିନ୍ଦା କନଷ୍ଟେବଳ ଦୀପକ ସିଂ ୨୦ତମ ମାନ୍ୟତା ପାଇ ଉପଜିଲ୍ଲାପାଳ ଭାବେ ନୁଯୁକ୍ତି ପାଇଛନ୍ତି। ଦୀପକ ୨୦୧୮ ମସିହାରେ ଉତ୍ତରପ୍ରଦେଶ ପୁଲିସରେ ନିଯୁକ୍ତି ପାଇଥିଲେ ଏବଂ ତାଙ୍କର ପ୍ରଥମ ପୋଷ୍ଟିଂ ହରଦୋଇରେ ହୋଇଥିଲା। ସେବେଠାରୁ ସେ ପୁଲିସ ବିଭାଗରେ କାର୍ଯ୍ୟ କରୁଛନ୍ତି। ଦୀପକ ସିଂ ଉପଜିଲ୍ଲାପାଳ ହେବା ମାତ୍ରେ ପୁଲିସ ବିଭାଗରେ ଖୁସିର ଲହରୀ ଖେଳି ଯାଇଥିଲା ଏବଂ ପ୍ରତ୍ୟେକ କର୍ମଚାରୀଙ୍କ ତରଫରୁ ଅଭିନନ୍ଦନ ଆସିବାକୁ ଲାଗିଲା।

ଆଗାମୀ ୫ ବର୍ଷରେ ପ୍ରସ୍ତୁତ ହେବ ୪୦୦ରୁ ଅଧିକ ରୋପଓ୍ବେ

ଏହି ସଫଳତା ପାଇଁ ଦୀପକ ସିଂ ଭଗବାନଙ୍କ ସହିତ ତାଙ୍କ ପିତାମାତା, ଭଲ ବନ୍ଧୁ ଏବଂ ପରିବାରକୁ ଶ୍ରେୟ ଦେଇଛନ୍ତି।

ଦୀପକ ସିଂ ବାରବାଙ୍କି ଜିଲ୍ଲାର ଏକ ଛୋଟ ଗାଁ ସେମ୍ରାଇର ବାସିନ୍ଦା। ତାଙ୍କ ପିତା ଅଶୋକ କୁମାର ସିଂ ଜଣେ କୃଷକ ଏବଂ ମାତା ଜଣେ ଗୃହିଣୀ। ସେ ୫ ଭାଇଭଉଣୀଙ୍କ ମଧ୍ୟରେ ଦ୍ୱିତୀୟ ଅଟନ୍ତି। ଦୀପକ ସିଂ କହିଛନ୍ତି ଯେ ସେ ହେଉଛନ୍ତି ତାଙ୍କ ଗାଁ ଏବଂ ପରିବାରର ପ୍ରଥମ ବ୍ୟକ୍ତି ଯିଏକି ସରକାରୀ ଚାକିରି ପାଇଛନ୍ତି ଏବଂ ଜଣେ ଅଧିକାରୀ ହୋଇଛନ୍ତି।

ଏମିତି ମଟନ ପ୍ରସ୍ତୁତ କରିଛନ୍ତି କି?

ଦୀପକ କହିଛନ୍ତି ଯେ ପୁଲିସରେ ଚାକିରି କରିବା ସହିତ ସେ ପିସିଏସ ପରୀକ୍ଷା ପାଇଁ ଅଧ୍ୟୟନ କରିବା ପାଇଁ ମାତ୍ର ୪ରୁ ୫ ଘଣ୍ଟା ସମୟ ପାଉଥିଲେ। ସେ ଏକ ଛୋଟ ଭଡା ଘରେ ରହି ଅଧ୍ୟୟନ କରୁଥିଲେ। ସେ ପୁଲିସ୍ ଲାଇନ୍ସର ପାଠାଗାରକୁ ଯାଇ କଠିନ ଅଧ୍ୟୟନ କରୁଥିଲେ ଏବଂ ଶେଷରେ ସେ ନିଜ ଲକ୍ଷ୍ୟ ହାସଲ କରିଥିଲେ। ଦୀପକ କହିଛନ୍ତି ଯେ ଯଦି କେହି ଏଭଳି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ସର୍ବପ୍ରଥମେ ତାଙ୍କୁ ଲକ୍ଷ୍ୟ ସ୍ଥିର କରି ସ୍ୱପ୍ନ ଦେଖିବା ଆରମ୍ଭ କରିବାକୁ ପଡିବ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories