www.samajalive.in
Saturday, December 6, 2025
23.1 C
Bhubaneswar

ଆଗାମୀ ୫ ବର୍ଷରେ ପ୍ରସ୍ତୁତ ହେବ ୪୦୦ରୁ ଅଧିକ ରୋପଓ୍ବେ

ନୂଆଦିଲ୍ଲୀ : ଦେଶରେ ପାହାଡିଆ ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ‘ପର୍ବତମାଳା ଯୋଜନା’ ଆରମ୍ଭ କରିଥିଲେ । ଏବେ ଏହି ଯୋଜନା ଅନୁସାରେ ସରକାର ୪୦୦ ପ୍ରକଳ୍ପକୁ ମଞ୍ଜୁରି ଦେଇପାରନ୍ତି । ସରକାର ଆଗାମୀ ୫ ବର୍ଷରେ ପାହାଡିଆ ଅଞ୍ଚଳରେ ୪୦୦ ରୋପ-ଓ୍ବେ ପ୍ରସ୍ତୁତ କରିବା ପାଇଁ ଯୋଜନା କରୁଛନ୍ତି ।

୪୦୦ ରୋପଓ୍ବେ ପ୍ରସ୍ତୁତ ଉପରେ ସରକାରଙ୍କ ଫୋକସ୍
ସଡକ ପରିବହନ ଏବଂ ଜାତୀୟ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଏକ କାର୍ଯ୍ୟକ୍ରମରେ ଆଲୋଚନା କରି ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ପର୍ବତମାଳା ପ୍ରକଳ୍ପ ଆରମ୍ଭ କରିବା କଥା କହିଛନ୍ତି । ଏହି ପରିଯୋଜନା ଦେଶ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ତଦନୁସାରେ ୧.୨୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ଚିହ୍ନଟ କରାଯାଇଛି ଏବଂ ଏହାର ସଂଖ୍ୟା ୪୦୦ ବା ଅଧିକ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି ।

- Advertisement -

ଗତ ବର୍ଷ ସରକାର କହିଥିଲେ କି ଏହି କାର୍ଯ୍ୟକ୍ରମ ଅନୁସାରେ ୫ ବର୍ଷରେ ୧୨୦୦ କିଲୋମିଟରରୁ ଅଧିକ ଲମ୍ବର ରୋପଓ୍ବେ ପାଇଁ ୨୫୦ରୁ ଅଧିକ ପ୍ରକଳ୍ପ ବିକଶିତ ନେଇ ଯୋଜନା ଚାଲିଛି । ସରକାର ମେକ୍ ଇନ୍ ଇଣ୍ଡିଆ ଅନୁସାରେ ରୋପଓ୍ବେ ଉପକରଣର ନିର୍ମାଣକୁ ପ୍ରୋତ୍ସାହନ ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଅର୍ଥବ୍ୟବସ୍ଥା ଦୃଷ୍ଟିରୁ ଆଜି ଆମେ ୫ମ ସ୍ଥାନରେ ଅଛନ୍ତି ଏବଂ ଆଗାମୀ ୫ ବର୍ଷରେ ଆମେ ତୃତୀୟ ସ୍ଥାନରେ ରହିବା । ଏଥିପାଇଁ ଆମକୁ ସବୁ ଦିଗରେ ଗୁରୁତ୍ବ ଦେବା ସହ ଆଗକୁ ବଢିବାକୁ ପଡିବ ବୋଲି ସେ ସୂଚନା ଦେଇଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories