ତାତିଲେ ଚାଷୀ: ପିପିଲି-କୋଣାର୍କ ରାସ୍ତା ଅବରୋଧ

0

ଗୋପ: ବିରତୁଙ୍ଗ ସେବା ସମବାୟ ସମିତି ସମ୍ପାଦକଙ୍କ ଚାଷୀ ମାରଣ ନୀତି ଓ ବେନିୟମ କାର୍ୟ୍ୟ ନିଲମ୍ବିତ ହୋଇଥିଲେ ମଧ୍ୟ  ଦାୟିତ୍ୱ ହସ୍ତାନ୍ତର ନ କରିବା ପ୍ରତିବାଦରେ ଚାଷୀ ମାନଙ୍କ ପକ୍ଷରୁ ପିପିଲି-କୋଣାର୍କ ରାସ୍ତା ପଟଳିଆ ଛକ ନିକଟରେ ରାସ୍ତା ଅବରୋଧ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ ବିରୁତଙ୍ଗ ସେବା ସମବାୟ ସମିତି ସମ୍ପାଦକ ଭାବେ କାର୍ୟ୍ୟ କରୁଥିବା ପ୍ରଫୁଲ ଦାସ ବିଭିନ୍ନ ସମୟରେ ସରକାରୀ ନିୟମକୁ ଉଲଂଘନ କରି କାର୍ୟ୍ୟ କରୁଥିବା ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ସମବାୟ ବିଭାଗ ପକ୍ଷରୁ ତାଙ୍କୁ କାର୍ୟ୍ୟରୁ ନିଲମ୍ବିତ କରାଯାଇଥିଲା । ସେହି ସ୍ଥାନରେ ପାଟଳିଆ ସେବା ସମବାୟ ସମିତି ସମ୍ପାଦକ ସନ୍ତୋଷ କୁମାର ବାଘଙ୍କୁ ବିରତୁଙ୍ଗ ସେବା ସମବାୟ ସମିତି ଦାଇତ୍ବ ନେବାକୁ ନିର୍ଦ୍ଧେଶ ଆସିଥିଲା । ଶ୍ରୀ ବାଘ ଯୋଗ ଦେବାପରେ ମଧ୍ୟ ନିଲମ୍ବିତ ସମ୍ପାଦକ ଶ୍ରୀ ଦାଶ ଉଦେଶ୍ୟ ମୂଳକ ଭାବେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିନ ଥିବା ଓ ବିରତୁଙ୍ଗ ସେବା ସମବାୟ ସମିତିରେ ହୋଇ ଥିବା ଅନୀୟମିତତାର ତଦନ୍ତ କରିବାପାଇଁ ଶତାଧିକ ଚାଷୀ ପିପିଲି-କୋଣାର୍କ ରାସ୍ତାର ପଟଳିଆ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ ।

ଖବର ପାଇ ପୁରୀ ଜିଲା ସହକାରୀ ରେଜିଷ୍ଟାର ପ୍ରଶାନ୍ତ କୁମାର ଦାଶ ଏସ୍ ଆର ସି ଏସ୍ ସନାତନ ବେହେରା ତହସିଲଦାର ଦୁର୍ଗାଚରଣ ମୁର୍ମୁ ,ଏସ୍ ଡ଼ି ପିଓ ନିରଞ୍ଜନ ପାଢ଼ୀ ପ୍ରମୁଖ ଚାଷୀ ମାନଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିବା ଜଣାପଡିଛି ।

Leave A Reply