www.samajalive.in
Monday, December 15, 2025
24.1 C
Bhubaneswar

ବର୍ଲିନ ସ୍ୱତନ୍ତ୍ର ଅଲମ୍ପିକ୍ସ ପାଇଁ ମନୋନୀତ କଳ୍ପନାଙ୍କୁ ସମ୍ବର୍ଦ୍ଧନା 

ଆଠଗଡ : ସ୍ୱତନ୍ତ୍ର ଅଲମ୍ପିକ୍ସରେ ନିଜର କ୍ରୀଡା ପାରଦର୍ଶିତା ପ୍ରଦର୍ଶନ କରି ଜର୍ମାନୀର ବର୍ଲିନରେ ଅନୁଷ୍ଠିତ ହେବାକୁ ଥିବା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଅଲମ୍ପିକ୍ସର ସାଇକେଲ ଚାଳନା ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ଦିବ୍ୟାଙ୍ଗ ଛାତ୍ରୀ କଳ୍ପନା ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ କଳ୍ପନାଙ୍କୁ ତାଙ୍କ ରେଗେଡାପଡାସ୍ଥିତ ବାସଭବନରେ ଯୁବ ବିଜେଡି ନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ସାକ୍ଷାତ କରି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ସେ ଆଠଗଡ ପାଇଁ ଗର୍ବ ବୋଲି ମତବ୍ୟକ୍ତ କରିଥିଲେ। କଳ୍ପନାଙ୍କ ଅଭ୍ୟାସ ପାଇଁ ଆଦିତ୍ୟ ତାଙ୍କୁ ଏକ ସାଇକେଲ ମଧ୍ୟ ପ୍ରଦାନ କରିଥିଲେ । ଖୁଣ୍ଟକଟା ପଞ୍ଚାୟତ ଅନ୍ତର୍ଗତ ରେଗେଡାପଡାର ଗଦାଧର ଜେନା ଓ ଗୀତାଞ୍ଜଳି ଜେନାଙ୍କ ସାନଝିଅ କଳ୍ପନା ୨୦୧୭ ମସିହାରୁ ବିଭିନ୍ନ ସମୟରେ ସ୍ୱତନ୍ତ୍ର ଅଲମ୍ପିକ୍ସରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ । ବିଭିନ୍ନ ପର୍ଯ୍ୟାୟରେ ତାଲିମ ନେବା ପରେ ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟ ପ୍ରଶିକ୍ଷକ ଶିବିରରେ ଯୋଗଦେଇ ନିଜର ପରାକାଷ୍ଠା ପ୍ରଦର୍ଶନ କରି ସେ ଆସନ୍ତା ଜୁନ୍‌‌ ୧୭-୨୫ ଜର୍ମାନୀର ବର୍ଲିନରେ ଅନୁଷ୍ଠିତ ହେଉଥିବା ଗ୍ରୀଷ୍ମକାଳିନ ସ୍ୱତନ୍ତ୍ର ଅଲମ୍ପିକ୍ସର ସାଇକେଲ ଚାଳନା ବିଭାଗରେ ଅଂଶଗ୍ରହଣ କରିବା ପାଇଁ ମନୋନିତ ହୋଇଥିବାରୁ ଆଠଗଡରେ ଆନନ୍ଦର ଲହରୀ ଖେଳିଯାଇଛି । ଆଦିତ୍ୟଙ୍କ ସହିତ ବିଜୁ ଯୁବଛାତ୍ର ଜନତା ଦଳର ବହୁ ଛାମୁଁଆ କର୍ମକର୍ତ୍ତା ରେଗେଡାପଡା ଯାଇ କଳ୍ପନାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

ବିକାଶ ମଞ୍ଚ ପକ୍ଷରୁ କଳ୍ପନାଙ୍କୁ ସମ୍ବର୍ଦ୍ଧନା 

- Advertisement -

ସଂପ୍ରତି ନିଜେ ଜଣେ ଦିବ୍ୟାଙ୍ଗ ହୋଇ ଦୃଢ ଇଚ୍ଛାଶକ୍ତି ବଳରେ କ୍ରୀଡା କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇ ଜର୍ମାନୀର ବର୍ଲିନ ଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଅଲମ୍ପିକ୍ସରେ ଭାଗ ନେବା ପାଇଁ ମନୋନୀତ ହୋଇଥିବା ଆଠଗଡର ଝିଅ କଳ୍ପନା ଜେନାଙ୍କୁ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ କଳ୍ପନାଙ୍କୁ ତାଙ୍କ ଖୁଣ୍ଟକଟା ପଞ୍ଚାୟତ ଅଧିନ ରେଗେଡାପଡା ଗ୍ରାମରେ ଭେଟି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶ୍ରୀ ବସ୍ତିଆ ବର୍ଲିନ ସ୍ୱତନ୍ତ୍ର ଅଲମ୍ପିକ୍ସରେ ତାଙ୍କର ସଫଳତା ଓ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories