www.samajalive.in
Sunday, December 14, 2025
26.1 C
Bhubaneswar

ଲୋହରା ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତଥା ରାଜ୍ୟର ଅନ୍ୟତ୍ର ବସବାସ କରୁଥିବା ଲୋହରା ସମ୍ପ୍ରଦାୟର ସଂସ୍କୃତି, ପରମ୍ପରା ଓ ଚାଲିଚଳଣ ଆଦିବାସୀ ମାନଙ୍କ ସହ ସମାନ। ଅଥଚ ଏମାନଙ୍କୁ ଆଦିବାସୀ ମାନ୍ୟତାରୁ ବଞ୍ଚିତ କରାଯାଇଛି । ସୂଚନାଯୋଗ୍ୟ, ଅତୀତରେ ଲୋହରା ମାନଙ୍କୁ ଆଦିବାସୀ ହିସାବରେ ଗଣନା କରାଯାଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେଥିରୁ ବାଦ ଦେଇ ଅନ୍ୟାନ୍ୟ ପଛୁଆ ବର୍ଗରେ ସାମିଲ କରାଯାଇଛି । ଫଳରେ ଏହି ସମ୍ପ୍ରଦାୟର ଲୋକେ ସରକାରଙ୍କ ପକ୍ଷରୁ ଆଦିବାସୀ ମାନଙ୍କୁ ମିଳୁଥିବା ଅନେକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ଲୁହା କାମ କରି ଜୀବିକା ନିର୍ବାହ କରୁଥିବା ଏହି ସମ୍ପ୍ରଦାୟର ଲୋକଙ୍କ ପାଇଁ ପରିବାର ପ୍ରତିପୋଷଣ ଦିନକୁ ଦିନ ଜଟିଳ ହେଉଥିବା ବେଳେ ଆଦିବାସୀ ମାନ୍ୟତା ପାଇଁ ଦୀର୍ଘ ଦିନ ଧରି ହେଉଥିବା ଦାବୀ ପ୍ରତି ସରକାର ଅଣଦେଖା କରୁଛନ୍ତି ବୋଲି ଲୋହରା ସମାଜର ଜିଲ୍ଲା ସଭାପତି ଋଷି ବିନ୍ଧାଣୀ କହିଛନ୍ତି । ଏହି ସମ୍ପ୍ରଦାୟର ଅଧିକାଂଶ ଲୋକ ଗରୀବ ଏବଂ ଭୂମିହୀନ। ତେଣୁ ସରକାରୀ ସୁବିଧା ନ ମିଳିଲେ ଚଳିବା କଷ୍ଟକର। ରାଜ୍ୟ ସଙ୍ଘ ପକ୍ଷରୁ ସରକାରଙ୍କ ନିକଟରେ ବାରମ୍ବାର ଦାବୀ ସତ୍ତ୍ୱେ ସରକାର କର୍ଣ୍ଣପାତ କରୁ ନ ଥିବା ସମାଜର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ଯଦି ସରକାର ଦାବୀ ନ ମାନନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଗୋଚ୍ଛାପଡା ଠାରେ ଆୟୋଜିତ ଏକ ସମାବେଶରେ ସମାଜର ନେତା ମାନେ ପ୍ରକାଶ କରିଛନ୍ତି । ଆୟୋଜିତ ବୈଠକରେ ରାଜ୍ୟ ସଭାପତି ରଙ୍ଗ ବାହାଦୂର ବାଗଙ୍କ ସମେତ ସମ୍ପାଦକ ମୁସ୍କୁ କେରକେଟା, କଳାହାଣ୍ଡି ଜିଲ୍ଲା ସଭାପତି ହିମାଂଶୁ ନାୟକ, ଉପସଭାପତି ଲଛମନ ଭୋଇ, କନ୍ଧମାଳ ଜିଲ୍ଲା ସଭାପତି ଋଷି ବିନ୍ଧାଣୀ, ସମ୍ପାଦକ କେରା ବିନ୍ଧାଣୀ, ସଦସ୍ୟ ଅଭିରାମ ପ୍ରଧାନ, ବୀରେନ୍ଦ୍ର ପ୍ରଧାନ, ଦଶରଥ ବିନ୍ଧାଣୀଙ୍କ ସମେତ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories