www.samajalive.in
Sunday, December 14, 2025
23.1 C
Bhubaneswar

ମନରେଗା ଯୋଜନା ଅର୍ଥ ହରିଲୁଟ ଅଭିଯୋଗ

ଦେବଗଡ଼ : ରକୋଟ ବ୍ଲକ ବିଜୟନଗର ଗ୍ରାମ ପଂଚାୟତର ସରପଂଚଙ୍କ ମନୋମୁଖି କାର୍ଯ୍ୟ ଏବଂ ତାଙ୍କ ଦ୍ୱାରା ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଏହି ଗ୍ରାମ ପଂଚାୟତ ଅନ୍ତର୍ଗତ କାଉଁଶିବାହାଳ ଗ୍ରାମ କମିଟୀର ସଭାପତି ଓ ସମ୍ପାଦକଙ୍କ ସମେତ ବହୁ ଗ୍ରାମବାସୀ ବାରକୋଟ ବିଡିଓଙ୍କ ନିକଟର ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ଏହାର ନକଲ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ , ଦେବଗଡ ଜିଲାପାଳ ଏବଂ ଦୁର୍ନୀତି ନିବାରଣ ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି ।

ଗ୍ରାମବାସୀ ମାନଙ୍କର ଅଭିଯୋଗ ଅନୁଯାୟୀ କାଉଁଶିବାହାଳ ଗ୍ରାମରେ ଥିବା ଝରଣ କଟାର ଉନ୍ନତିକରଣ ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷରେ ସରକାର ମନରେଗା ଯୋଜନାରୁ ୫ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ମାତ୍ର ସରପଂଚ ଏବଂ ତାଙ୍କର ସହଯୋଗୀ ୨ଟି କାର୍ଯ୍ୟ ଦିବସ(ରାତ୍ରୀ ସମୟରେ)ରେ ଜେସିବି ମେସିନ ଓ ଟ୍ରାକ୍ଟର ସାହାଯ୍ୟରେ ମାତ୍ର ୮ ଘଣ୍ଟା ୨୫ ମିନିଟ କାମ କରିବା ସହ ହାରାହାରି ୩ଲକ୍ଷ ଟଙ୍କା ହରିଲୁଟ କରି ସାରିଲେଣି । ଏନେଇ ଗ୍ରାମବାସୀ ମାନେ ପୂର୍ବରୁ ଉକ୍ତ ଗ୍ରାମ ପଂଚାୟତର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ମିଥ୍ୟା ବିଲ ଜରିଆରେ ହରିଲୁଟ୍ ଚାଲିଛି। ସେହିପରି ଗ୍ରାମବାସୀ ମାନେ ଉକ୍ତ ଗ୍ରାମର ଗ୍ରାମ ସାଥୀଙ୍କୁ ସମ୍ପୃକ୍ତ ପୋଖରୀର ଉନ୍ନତିକରଣ ସମ୍ପର୍କରେ ପଚାରିବାରୁ ସେ ଉକ୍ତ କାମ ବିଷୟରେ କିଛି ଜାଣିନଥିବା ପ୍ରକାଶ କରିବା ସହ ତାଙ୍କ ଗ୍ରାମରେ ମନରେଗା ଯୋଜନାର ସମସ୍ତ ଆଇନ କାନୁନର ଉଲ୍ଲଂଘନ କରାଯାଉଥିବା ଉତ୍ତର ଦେଇଥିବା ଗ୍ରାମବାସୀ ମାନେ ବିଡିଓଙ୍କୁ ପ୍ରଦାନ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିବା ଜଣାପଡିଛି ।

- Advertisement -

 

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories