www.samajalive.in
Sunday, December 14, 2025
17.1 C
Bhubaneswar

ଶିକ୍ଷା- ସମାଜ ଓ ରାଷ୍ଟ୍ରର କଲ୍ୟାଣରେ ବିନିଯୋଗ ହେଉ

କେନ୍ଦୁଝରଗଡ଼ :  କେନ୍ଦୁଝର ସହର ଉପକଣ୍ଠ ଡମ୍ବୋସ୍ଥିତ କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟ ପରିସରରେ ଏକ୍ସପ୍ଲୋରେକ୍ସ-୨୦୨୩ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ  ଇଂ ବସନ୍ତ କୁମାର ଦାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁର ମୁଖ୍ୟଅତିଥି ଭାବେ ଯୋଗଦେଇ ବାପା, ମା’ ଓ ଗୁରୁଙ୍କ ପ୍ରତି ସର୍ବଦା ଅତୁଟ ଭକ୍ତି କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । କାଦଡିହା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଭାଗବତ ଲେଙ୍କା ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷା ସମାଜ ଓ ରାଷ୍ଟ୍ରର କଲ୍ୟାଣରେ ବିନିଯୋଗ ହେବାପାଇଁ ଚାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପଦେଶ ଛଳରେ ଏହା କହିଥିଲେ। ଆଜିର ସମାଜରେ ମଣିଷପଣିଆ, ନୀତି, ନୈତିକତା ଓ ଆଦର୍ଶର ଅବକ୍ଷୟ ଘଟୁଥିବା ନେଇ ମୁଖ୍ୟବକ୍ତା ଡ. ଲେଙ୍କା କ୍ଷୋଭ ପ୍ରକଟ କରିବା ସହ ଏଥିପ୍ରତି ଆଜିର ଯୁବପିଢ଼ୀ ଅଧିକ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ। ଶରୀର ଓ ଅଙ୍ଗଦାନ ଅଭିଯାନର ରାଷ୍ଟ୍ରୀୟ ସମ୍ପାଦକ ତଥା ଲୋକ ସେବକ ମଣ୍ଡଳ କଟକ ଶାଖା ସମ୍ପାଦକ ଡ.ପ୍ରଭାସ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୃଶ୍ୟମାନ ହେଉଥିବା ସମସ୍ତ ଘଟଣାବଳୀ ସତ୍ୟ ନୁହେଁ, ପ୍ରକୃତ ସତ୍ୟକୁ ଅନୁସନ୍ଧାନ କରିବାକୁ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିବା ବେଳେ ଭଲ କଥା ନିଜ ପାଖରୁ ହିଁ ଆରମ୍ଭ ହୋଇଥାଏ ବୋଲି କହିବା ସହ ଛାତ୍ରଛାତ୍ରୀଙ୍କୁ ଜଣେ ଜଣେ ଭଲମଣିଷ ହୋଇ ଦେଶ ମାତୃକାର ସେବା କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୁ ସେତୁ ଯୋଜନାର ଉପଦେଷ୍ଟା ଦିଲ୍ଲୀପ କୁମାର ସାହୁ, ସ୍ୱେଛାସେବୀ ସଙ୍ଗଠନ ସମ୍ଭାବନାର ସଭାପତି ସୌମ୍ୟଶଙ୍କର ଚକ୍ର ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।

- Advertisement -

ଅନୁଷ୍ଠାନର ଅଧ୍ୟାପକ ଶଶୀକାନ୍ତ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ବରିଷ୍ଠ ଅଧ୍ୟାପକ ଲୋକନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟର ଅଧ୍ୟକ୍ଷ ଇଂ ମୃତ୍ୟୁଞ୍ଜୟ ନାୟକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ଅଧ୍ୟାପକ ଇଂ ବିଭୁତିଭୂଷଣ ସାହୁ, କେଏସ୍‌‌ଇ ଯୁକ୍ତ ୨ ବିଜ୍ଞାନର ଅଧ୍ୟକ୍ଷା ନିବେଦିତା ମହାପାତ୍ରଙ୍କ ସମେତ କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟ, କେନ୍ଦୁଝର ଇନଷ୍ଟିଚ୍ୟୁଟ ଅଫ୍‌‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ, କେନ୍ଦୁଝର ନର୍ସିଂ କଲେଜ, ବଡହଳ, ବଣିଆପାଟ ଓ ପଦ୍ମପୁର ଆଇଟିଆଇର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ସମାରୋହ ପରିଚାଳନାରେ ସହଯୋଗ କରିଥିବା ବେଳେ କେନ୍ଦୁଝର ଫାର୍ମାସି ମହାବିଦ୍ୟାଳୟର ଅଧ୍ୟକ୍ଷ ତରଣୀକାନ୍ତ ସ୍ୱାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories