ହରଭଙ୍ଗା : ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ଠାରେ ବହୁ ବର୍ଷ ଧରି ବନ୍ଦ ହୋଇ ପଡିଥିବା ଚାରିଛକ ଶୁଲଭ ଶୌଚାଳୟର ପୁନରୁଦ୍ଧାର ପାଇଁ ସୋମବାର ହରଭଙ୍ଗା ବିଡିଓ ସ୍ୱପ୍ନିତା ନାୟକ କ୍ଷେତ୍ର ପରିଦର୍ଶନ କରିଥିବା ଜଣାପଡିଛି। ଏହା ସହ ଚାରିଛକ ବଜାରରେ ଅଳିଆ ଆବର୍ଜନା ପକାଇବା ପାଇଁ ଡଷ୍ଟବିନ ନଥିବା ହେତୁ ବଜାରବାସୀ ବହୁ ଅସୁବିଧା ସମ୍ମୁଖୀନ ହେଉଥିଲେ ଏଣୁ ବଜାର ମଧ୍ୟରେ ଏକ ଆବର୍ଜନା କୁଣ୍ଡ ନିର୍ମାଣ ପାଇଁ ଜାଗା ସ୍ଥିର କରାଯାଇଥିଲା। ବହୁ ଦୁରଦୁରାନ୍ତରୁ ଆସୁଥିବା ଯାତ୍ରୀ ପରିଶ୍ରା ପାଇଁ ଅସୁବିଧା ସମ୍ମୁଖୀନ ହେଉଥିବାରୁ ଯାତ୍ରୀଙ୍କ ପାଇଁ ବସ ଷ୍ଟପ ନିକଟରେ ଏକ ସାର୍ବଜନୀନ ପରିଶ୍ରାଗାର ବା ଶୌଚାଳଳୟ ନିର୍ମାଣ ପାଇଁ ବିଡିଓ କ୍ଷେତ୍ର ପରିଦର୍ଶନ କରିଥିବା ସୂଚନା ମିଳିଛି । ଏହି ପରିଦର୍ଶନରେ ବିଡିଓଙ୍କ ସହ ବ୍ଲକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନରଞନ ପାତ୍ର, ଜଳ ପରିମଳ ବିଭାଗ ଯନ୍ତ୍ରୀ ପ୍ରଦୀପ ଜେନା, ଯନ୍ତ୍ରୀ ମଧୁସୁଦନ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।



