ଗୋପାଳପୁର : ୫- ଟି ସଚିବ ଭିକେ ପାଣ୍ଡିଆନଙ୍କ ଜନ୍ମଦିନ ଅବସରରେ ଶୀତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ତଥା ଡୁରା ନିବାସୀ କେ ବିଜୟ କୁମାର ରେଡ୍ଡୀ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଶ୍ରୀ ପାଣ୍ଡିଆନଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଚକଖଡିରେ ନିର୍ମିତ ପ୍ରତିକୃତି ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ, ବିଜୟଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ଇଞ୍ଜିନିୟରିଂ ପାଠ ପଢା ସାରିବା ପରେ ନିଜ ଅଞ୍ଚଳ, ଜିଲ୍ଲା ଏବଂ ଓଡ଼ିଶାର ନାମକୁ ବିଶ୍ବ ଦରବାରରେ ପହଞ୍ଚାଇବାକୁ ଚେଷ୍ଟା କରିବାକୁ ଉପଦେଶ ଦେଇଥିଲେ। ବିଜୟଙ୍କ ପକ୍ଷରୁ ଏକ ଚକଖଡିରେ ମାତ୍ର ୧ ଘଣ୍ଟା ସମୟ ମଧ୍ୟରେ ଶ୍ରୀ ପାଣ୍ଡିଆନଙ୍କ ଅବିକଳ ପ୍ରତିକୃତି ନିର୍ମାଣ କରିବା ସହ ତାକୁ ରଙ୍ଗ ଦେଇଥିଲେ।
ଭୁବନେଶ୍ବରରେ ଶ୍ରୀ ପାଣ୍ଡିଆନଙ୍କୁ ତାଙ୍କ ଅବିକଳ ପ୍ରତିକୃତି ପ୍ରଦାନ କରିଥିବାରୁ ବେଶ ଖୁସି ଥିବା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ବିଜୟ ଏହା ପୂର୍ବରୁ ବିଭିନ୍ନ ସମୟରେ ଚକଖଡିରେ ପ୍ରତିକୃତି ମାନ ନିର୍ମାଣ କରି ଚର୍ଚ୍ଚାରେ ରହିଥିବା ବେଳେ ଇଣ୍ଡିଆ ଏବଂ ଏସିଆ ବୁକ୍ ଅଫ ରେକର୍ଡ ରେ ନିଜ ନାମକୁ ସ୍ଥାନିତ କରି ପାରିଛନ୍ତି ।



