www.samajalive.in
Tuesday, December 9, 2025
15.1 C
Bhubaneswar

ସୌରଶକ୍ତିର ଉପଯୋଗୀତା ଶକ୍ତିର ମୁଖ୍ୟ ଉତ୍ସ ହେଉ

ବାଲେଶ୍ବର: ଓଡ଼ିଶା ଫିଜିକାଲ୍ ସୋସାଇଟିର ୪୦ ତମ ବାର୍ଷିକ ସମ୍ମିଳନୀ ଓ ପଦାର୍ଥ ବିଜ୍ଞାନ ଏବଂ ବାଲିଷ୍ଟିକ୍ କ୍ଷେତ୍ରରେ ସାମ୍ପ୍ରତିକ ଅଗ୍ରଗତି ଉପରେ ଦୁଇଦିନିଆ ଜାତୀୟ ସମ୍ମିଳନୀ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ସମ୍ମିଳନୀରେ ମୂଖ୍ୟ ଅତିଥିଭାବେ ପରମାଣୁ ଶକ୍ତି କମିଶନର ଚେୟାରମ୍ୟାନ୍ ତଥା ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ସଚିବ ପ୍ରଫେସର ଅଜିତ କୁମାର ମହାନ୍ତି ଯୋଗଦେଇଥିଲେ। ସେ ନିଜ ଉଦବୋଧନର ସୌରଶକ୍ତିର ଉପଯୋଗୀତା ଶକ୍ତିର ମୁଖ୍ୟ ଉତ୍ସ ହେଉ ଏବଂ ଆଣବିକ ଶକ୍ତିର ଅପବ୍ୟବହାର ନହେଉ ବୋଲି ମତବ୍ୟକ୍ତ କରିଥିଲେ।

କୁଳପତି ପ୍ରଫେସର ତ୍ରିପାଠୀ ଏହି ସମ୍ମିଳନୀ ଦ୍ବାରା ଛାତ୍ରଛାତ୍ରୀ ନିଜ ଜ୍ଞାନ ଓ ଗବେଷଣା ପାଇଁ ନୂତନ ଦିଗ ଆହରଣ କରିପାରିବେ ବୋଲି ମତପ୍ରକାଶ କରିଥିଲେ। ସମ୍ମିଳନୀର ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ନିର୍ଦ୍ଦେଶକ ( ଆଇଟିଆର) (ଚାନ୍ଦିପୁର) ହରେକୃଷ୍ଣ ରଥ, ନିର୍ଦ୍ଦେଶକ (ପିଏକ୍ସଇ) ସୁବୋଧ କୁମାର ନାୟକ , ଓଡ଼ିଆ ଫିଜିକାଲ ସୋସାଇଟିର ପ୍ରେସିଡେଣ୍ଟ ପ୍ରଫେସର ରୀତା ପାଇକରାୟ, ଟାଟା ଇନଷ୍ଟିଚ୍ୟୁଟ ଅଫ ଫନ୍ଡାମେନ୍ଟାଲ ରିସର୍ଚ୍ଚର ନିର୍ଦେଶକ ପ୍ରଫେସର ଜୟରାମ ଏନ୍ ଚେଙ୍ଗାଲୁରୁ, ତଥା ବିଶ୍ଵବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ ଯୋଗଦେଇ ନିଜର ଉଦବୋଧନ ରଖିଥିଲେ।

- Advertisement -

ପ୍ରଫେସର ରୀତା ପାଇକରାୟ ଓଡ଼ିଶା ଫିଜିକାଲ ସୋସାଇଟି ସବୁବେଳେ ଯୁବ ବୈଜ୍ଞାନିକଙ୍କ ବିକାଶ ଏବଂ ସହାୟକରେ ଚେଷ୍ଟାରତ, ଏଣୁ ପଦାର୍ଥ ବିଜ୍ଞାନରେ ନୂତନ ଗବେଷଣାତ୍ମକ ଅଧ୍ୟୟନ କରିବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ୧୧ ଜଣ ପଦାର୍ଥ ବିଜ୍ଞାନର ବରିଷ୍ଠ ଅଧ୍ୟାପକ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଯୁବ ବୈଜ୍ଞାନିକ ଭାବରେ, ଡ଼କ୍ଟର ସୁଚିସ୍ମିତା ସାହୁ ଓ ଡ଼କ୍ଟର ହମାଦ୍ରୀ ତନୟା ଦାସଙ୍କୁ ସମ୍ମାନୀତ କରାଯାଇଥିଲା। ଉଦଘାଟନୀ ଉତ୍ସବ ପରେ ପ୍ରଫେସର ଜୟରାମ ଚେଙ୍ଗାଲୁରୁ, ପ୍ରଫେସର ଭୂପେନ୍ଦ୍ର ଏନ୍ ଦେବ, ପ୍ରଫେସର ଅଜୟ କୁମାର ଘଟକଙ୍କ ଦ୍ବାରା ବିଶିଷ୍ଟ ବୈଜ୍ଞାନିକଙ୍କ ସ୍ମୃତିଚାରଣ କରାଯାଇ, ସେମାନଙ୍କ ଉଦ୍ଦେଶ୍ଯରେ ଗବେଷଣାତ୍ମକ ତଥ୍ଯ ଉପସ୍ଥାପନା କରାଯାଇଥିଲା।
ଓଡ଼ିଶା ତଥା ଅନ୍ଯାନ୍ଯ ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ପଦାର୍ଥ ବିଜ୍ଞାନ ବିଶେଷଜ୍ଞ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ସମ୍ମିଳନୀର ଅଧିବେଶନରେ ଅଂଶଗ୍ରହଣ କରିଥଲେ। ଉଦଘାଟନୀ ଉତ୍ସବକୁ ଡ଼କ୍ଟର ସନ୍ତୋଷ କୁମାର ଅଗ୍ରୱାଲା , ଡକ୍କର ଡି.କେ ମିଶ୍ର ଓ ଡ଼କ୍ଟର ଆର ବିଶ୍ବାଳ ସଂଯୋଜନା କରିଥିଲେ।
ବିଶ୍ବବିଦ୍ୟାଳୟର ସ୍ନାତକ ପରିଷଦ ସମ୍ମୁଖରେ ବାଲିଷ୍ଟିକ୍ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନର ସ୍ବତନ୍ତ୍ର ବ୍ୟବସ୍ଥା ଆୟୋଜିତ ହୋଇଥିବା ବେଳେ, ମିସାଇଲ୍ ଟେକ୍ନୋଲୋଜିର ଯନ୍ତ୍ର ଏବଂ ମଡେଲଗୁଡିକର ପ୍ରଦର୍ଶନୀ ସ୍ନାତକ ପରିଷଦ ସମ୍ମିଳନୀକକ୍ଷ-୨ ରେ କରାଯାଇଛି।

ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ବିଶେଷଜ୍ଞ ଅଧିକାରୀମାନେ ପ୍ରଦର୍ଶନୀରେ ଉପସ୍ଥିତ ହୋଇ କ୍ଷେପଣାସ୍ତ୍ର ଓ ଅନ୍ଯାନ୍ଯ ପ୍ରତିରକ୍ଷାରେ ନିୟୋଜିତ ଯନ୍ତ୍ରର ବ୍ୟବହାର ବିଷୟରେ ଦର୍ଶକମାନଙ୍କୁ ସବିଶେଷ ସୂଚନା ଦେଇଥିଲେ।ଏଥିସହିତ ପ୍ରଥମ ଦିନର ସମ୍ମିଳନୀ ଶେଷ ରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories