www.samajalive.in
Sunday, December 7, 2025
26.1 C
Bhubaneswar

ଜାଲ୍‌ ନୋଟ୍ କାରବାର ମାମଲା ; ପୁଅ ଦୋଷ କରିଥିଲେ ଦଣ୍ଡ ପାଉ, ଗିରଫ ଜାହିରଙ୍କ ବାପା

ବାସୁଦେବପୁର : ଉତ୍ତରପ୍ରଦେଶର ପ୍ରୟାଗରାଜର ମଦ୍ରାସାରେ ଛପା ଚାଲିଥିଲା ଜାଲ୍ ନୋଟ୍। ଏହି ଜାଲ୍ ନୋଟ୍ କାରବାରର ଚେର ଭଦ୍ରକ ଜିଲାର ବାସୁଦେବପୁରକୁ ଲମ୍ବିଛି। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଉତ୍ତରପ୍ରଦେଶ ପୁଲିସ୍ ଗିରଫ କରିଛି। ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ବାସୁଦେବପୁର ପୌରପାଳିକା ଅଧୀନ ଶୁକଦେବପୁର ଗାଁର ଜାହିର ଖାଁ।  ୨୮ ତାରିଖରେ ଏହି ଏହି ଘଟଣା ଘଟିଥ‌ିବା ବେଳେ ଏବେ ଖବର ସାମ୍ନାକୁ ଆସିଛି। ଶୁକଦେବପୁର ଗାଁର ଆଜାଦବସ୍ତୀର ସାଜିଦ ଖାଁଙ୍କ ପୁଅ ଜାହିର ବୋଲି ଜଣାପଡିଛି । ବାପାଙ୍କ କହିବା ଅନୁଯାୟୀ, ଆଜକୁ ୬ ବର୍ଷ ହେଲା ତାଙ୍କ ପୁଅ ଜାହିର ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଜାମିଆ ଅବିଦିଆ ମଦ୍ରାସାରେ ପାଠ ପଢ଼ୁଥିଲେ। ଜାଲ୍ ନୋଟ୍ କାରବାରରେ ଜାହିଁର ସମ୍ପୃକ୍ତ ଥିବାରୁ ତାଙ୍କୁ ଗିରଫ କରାଯାଇଥ‌ିବାକୁ ନେଇ ଉତ୍ତରପ୍ରଦେଶର ଜଣେ ଆଇନଜିବୀ ତାଙ୍କୁ ଫୋନ୍‌ ମାଧ୍ୟମରେ ଜଣାଇଥିଲେ। ପୁଅ ଦଣ୍ଡିତ ହେବା ପରେ ତାଙ୍କ ବାପା ଜାହିରଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଯିଏ ଦୋଷ କରିଛି , ସେ ଦଣ୍ଡ ପାଉ ବୋଲି କହିଛନ୍ତି। ଏବଂ ଯଦି କେଉଁ ବାପା ମାଆଙ୍କ ପୁଅ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ରହୁଛି , ତେବେ ପୁଅକୁ ଘଣ୍ଟ ଘୋଡାନ୍ତୁ ନାହିଁ ବୋଲି କହିଛନ୍ତି।

ତେବେ ସାଜିଦ୍ ଜଣେ ଚେରମୁଳି ଜଡ଼ିବୁଟି ଚିକିତ୍ସକ ଭାବେ କାର୍ଯ୍ୟ କରନ୍ତି। ତିନି ମାସ ପୂର୍ବେ ଜାହିର ଘରକୁ ଆସି ଯିବା ବେଳେ ତାଙ୍କୁ ନ ଜଣାଇ ଘରେ ଥିବା କୋଡିଏ ହଜାର ଟଙ୍କା ନେଇଯାଇଥିଲେ। ରାସ୍ତାରେ ତାଙ୍କର ଜଣେ ସାଙ୍ଗ ସହ ଫୋନ୍ ଯୋଗେ ଯୋଗାଯୋଗ କରି ବାପା ରଖିଥ‌ିବା କୋଡିଏ ହଜାର ଟଙ୍କା ସେ ନେଇଯାଇଥିବା ତାଙ୍କ ଘରେ ଜଣାଇଦେବାକୁ କହିଥିଲେ। ପୁଲିସକୁ ତଦନ୍ତ ବେଳେ ସହଯୋଗ କରିବେ ବୋଲି ସାଜିଦ୍ କହିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ବାସୁଦେବପୁର ପୋଲିସ ପାଖରେ ବିଶେଷ କିଛି ସୂଚନା ନାହିଁ। ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏହି ଘଟଣା ଜଣାପଡ଼ିଛି। ୟୁପି ପୋଲିସ ଆସିଲେ ତଦନ୍ତରେ ସହ‌ଯୋଗ କରାଯିବ ବୋଲି ବାସୁଦେବପୁର ଥାନା ଆଇଆଇସି ଲୋପାମୁଦ୍ରା ନାୟକ କହିଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories