www.samajalive.in
Monday, December 15, 2025
24.1 C
Bhubaneswar

ଆମେରିକାରେ ଫେସ୍‌ବୁକ୍‌ ଏହି ନୂଆ ଫିଚର୍‌ର କଲା ପରୀକ୍ଷଣ

ନ୍ୟୁୟର୍କ- ବିଶ୍ୱର ସବୁଠାରୁ ଲୋକପ୍ରିୟ ସାମାଜିକ ଗଣମାଧ୍ୟମମାନଙ୍କ ମଧ୍ୟରେ ଫେସ୍‌ବୁକ୍‌ ଅନ୍ୟତମ । ପୂର୍ବରୁ ବନ୍ଧୁତା ସୃଷ୍ଟି କରିବା ପାଇଁ ଫେସ୍‌ବୁକ୍‌ର ବ୍ୟବହାର କରାଯାଉଥିବା ବେଳେ ଏବେ ଫେସ୍‌ବୁକ୍‌ ଖବର ଆଦାନପ୍ରଦାନର ଏକ ମାଧ୍ୟମ ପାଲଟିଛି ।    ଏହାର ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି । ଲୋକମାନେ ନିଜର ପୁରୁଣା ବନ୍ଧୁମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ ନୂଆ ବନ୍ଧୁ ସୃଷ୍ଟି କରିପାରୁଥିଲେ । ପରେ ଫେସ୍‌ବୁକ୍‌ରେ ଲୋକମାନେ ବିଭିନ୍ନ ଖବର ପ୍ରକାଶ କରିଥିଲେ । ନିଜର ଖୁସୀ ଏବଂ ଦୁଃଖକୁ ବାଣ୍ଟିଥିଲେ । ଫେସ୍‌ବୁକ୍‌ ନିଜର ବିଭିନ୍ନ ଫିଚରରେ ପରିବର୍ତ୍ତନ କରିବା ସହ ନୂଆ ଫିଚର୍‌ ଯୋଡିଥିଲା । ମେସେଞ୍ଜର ସହ ଅନେକ ନୂଆ ଫିଚରକୁ ଏଥିରେ ସଂଯୋଗ କରାଯାଇଥିଲା । ପରେ ବିଜ୍ଞାପନ ପାଇଁ ବ୍ୟବସାୟିକ ସଂସ୍ଥାନମାନେ ଏହାକୁ ବ୍ୟବହାର କରିଥିଲେ । ଫେସ୍‌ବୁକ୍‌ କମ୍ପାନୀର ନାମ ପରିବର୍ତ୍ତନ କରାଯାଇ ମେଟା କରାଯାଇଛି ।

୨୦୧୪ ମସିହାରେ ଫେସ୍‌ବୁକ୍‌ ହ୍ୱାଟସ୍‌ଆପ୍‌କୁ ନିଜ ଅଧୀନକୁ ଆଣିଥିଲେ । ବିଭିନ୍ନ ସମୟରେ ଫେସ୍‌ବୁକ୍‌ ନୂଆ ଫିଚର ଯୋଡିବା ସହ ଏହାର ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିଥାଏ । ଆମେରିକାରେ ଫେସ୍‌ବୁକ୍‌ ମେସେଜଂରରେ ଏକ ନୂଆ ଫିଚର୍‌ ପରୀକ୍ଷଣ ଆରମ୍ଭ କରିଛି । ‘Split Payments’ ସ୍ପିଲ୍ଟ୍‌ ପେମେଣ୍ଟ ନାମକ ଫିଚରର ପରୀକ୍ଷଣ ଆରମ୍ଭ କରାଯାଇଛି । ମେସେଜଂରରେ ଏହାର ପରୀକ୍ଷଣ କରାଯାଇଛି । ଏହାର ବ୍ୟବହାରକାରୀମାନେ ‘Split Payments’ ବ୍ୟବହାର କରି ଗୋଟିଏ ବିଲ୍‌କୁ ସମାନପରୀମାଣରେ ଭାଗ କରିପାରିବେ । ଫେସ୍‌ବୁକ୍‌ ପେ ମାଧ୍ୟମରେ ଏହାର ବ୍ୟବହାର କରାଯାଇ ପାରିବ ।

- Advertisement -

ଭାରତରେ ଏହାକୁ ଆରମ୍ଭ କରାଯାଇ ନାହିଁ । ମାତ୍ର ହ୍ୱାଟସ୍‌ଆପ୍‌ରେ ଏବେ ଭାରତରେ ୟୁପିଆଇ ପେମେଣ୍ଟ ଆରମ୍ଭ କରାଯାଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories