ଇଣ୍ଡୋନେସିଆ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୧୨କୁ ବୃଦ୍ଧି

0

ଜକାର୍ତ୍ତା: ଇଣ୍ଡୋନେସିଆର ପପୁଆ ଅଞ୍ଚଳରେ ଗତ ସପ୍ତାହରେ ସୃଷ୍ଟ ବନ୍ୟା ଓ ଭୂସ୍ଖଳନରେ ୧୧୨ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୯୪ ଜଣ ନିଖୋଜ ଥିବା ଜଣା ପଡିଛି। ସେନା, ପୁଲିସ ଏବଂ ଉଦ୍ଧାରକାରୀ ଦଳ ନିଖୋଜ ଲୋକଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କିଛି ଦିନ ତଳେ ପ୍ରବଳ ବର୍ଷା ଯୋଗୁ ସେଣ୍ଟନି ନଦୀରେ ବନ୍ୟାଜଳ ବୃଦ୍ଧି ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେଠାକାର ଅପାତ କାଳୀନ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ବନ୍ୟା ପ୍ରପୀଡ଼ିତ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ଯଥାସାଧ୍ୟ ଚେଷ୍ଟା କରାଯାଉଛି। ବିଭିନ୍ନ ଆଶ୍ରୟ ଶିବିରରେ ୧୧ହଜାର ୫୫୬ଜଣକୁ ସୁରକ୍ଷିତ ରଖାଯାଇଥିବା ସେ କହିଛନ୍ତି। ଏହି ବନ୍ୟାରେ ୩୫୦ରୁ ଅଧିକ ଘର, ୧୦୦ଟି କୋଠା, ୪ଟି ପୋଲ ଏବଂ ଅନ୍ୟାନ୍ୟ ଢାଞ୍ଚା ନଷ୍ଟ ହୋଇଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି। ଚଳିତ ବର୍ଷ ଜାନୁଆରୀ ମାସରେ ମଧ୍ୟ ସେଠାରେ ବନ୍ୟା ଆସି ୭୦ଜଣଙ୍କ ମୃତ୍ୟୁ ହୋଇଥିଲା।

Leave A Reply