www.samajalive.in
Thursday, December 11, 2025
15.1 C
Bhubaneswar

ସଲମାନଙ୍କ ଗାଡ଼ିକୁ ବୋମାରେ ଉଡ଼ାଇଦେବାକୁ ଧମକ, ପରିବହନ ବିଭାଗ ହ୍ୱାଟ୍ସଆପ୍‌କୁ ଆସିଲା ମେସେଜ୍

ମୁମ୍ବଇ: ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏଥର ମୁମ୍ବଇର ୱର୍ଲିସ୍ଥିତ ପରିବହନ ବିଭାଗର ହ୍ୱାଟ୍ସଆପ୍ ନମ୍ବରକୁ ମେସେଜ୍ ଜରିଆରେ ହତ୍ୟା ଧମକ ଆସିଛି। ଧମକପୂର୍ଣ୍ଣ ମେସେଜରେ ଅଭିନେତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି। ଏଥିସହ ତାଙ୍କ କାରକୁ ବୋମାରେ ଉଡ଼ାଇ ଦେବାକୁ ମଧ୍ୟ ଧମକ ମିଳିଛି। ଏହି ଘଟଣା ପରେ ୱର୍ଲି ଥାନାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଧିକାରୀମାନେ ଏବେ ଧମକର ଉତ୍ସ ଏବଂ ସତ୍ୟତା ଯାଞ୍ଚ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ଏପ୍ରିଲ ୧୪ ତାରିଖ ସକାଳେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ସଲମାନ ଖାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ଉପରକୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଗୁଳିକାଣ୍ଡରେ ସଲମାନଙ୍କ ଘର କାନ୍ଥରେ ମଧ୍ୟ ଏକ ଗୁଳି ବାଜିଥିଲା। ସଲମାନଙ୍କ ଘରେ ଲାଗିଥିବା ନେଟ୍‌କୁ ଚିରି ଏକ ଗୁଳି ଭିତରେ ବାଜିଥିଲା। ଗୁଳି ଚଳାଇବା ପରେ ଆକ୍ରମଣକାରୀମାନେ ବାଇକ୍‌କୁ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories