ଅବକାରୀ ଚଢଉ, ୪୨୦ଲିଟର ମଦ ଓ ୬୩୭୦ଲିଟର ପୋଚ ଜବତ

ଆଠଗଡ : କଟକ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଅବକାରୀ ଓ କଟକ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସ୍କାର୍ଡ ସୋମବାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖଣ୍ଡୁଆଳି, ସରସ୍ୱତୀପୁର ଓ ଚଉଦମାଣର ଜଙ୍ଗଲ ଅଞ୍ଚଳରେ ଚଢଉ କରାଯାଇ ବିପୁଳ ପରିମାଣର ମଦ ଓ ପୋଚ ଜବତ କରାଯାଇଥିବା ଜଣାପଡିଛି। ଏହି ଚଢଉ ଯୋଗୁଁ ସେ ସବୁ ଅଞ୍ଚଳରୁ ସଦ୍ୟପ୍ରସ୍ତୁତ ୪୨୦ଲିଟର ଦେଶୀମଦ ଓ ୬୩୭୦ଲିଟର ଗୁଡପୋଚ ଜବତ କରି ଘଟଣାସ୍ଥଳରେ ମିଳିତ ସ୍କାର୍ଡ ନଷ୍ଟ କରିଥିବା ଜଣାପଡିଛି। ଏଥିରେ ସଂପୃକ୍ତ ଖଣ୍ଡୁଆଳି ଗ୍ରାମର ଫେରାର ଅଭିଯୁକ୍ତ ମାୟାଧର ନାୟକ ନାମରେ ଅବକାରୀ ବିଭାଗ ଏକ ମାମଲା ରୁଜୁ କରିଥିବା ବିଭାଗୀୟ ସୁତ୍ରରୁ ପ୍ରକାଶ। ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ସଂଜୀତ ବାର୍ଲା, ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ, ଦୁର୍ଯ୍ୟୋଧନ ଦିଗଲ ଓ ସହକାରୀ ଉପନିରୀକ୍ଷକ ଦେବାନନ୍ଦ ଭୂୟାଁ ପ୍ରମୁଖଙ୍କ ସମେତ ବହୁ ଅବକାରୀ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Comments are closed.