ବିହାରରେ  ମହିଳାମାନଙ୍କ ପାଇଁ  ୭୫ ପ୍ରତିଶତ କମିଲା ପରୀକ୍ଷା ଶୁଳ୍କ

0

ପାଟଣ: ବିହାରରେ ମହିଳାମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଲେ ସାଧାରଣ ବର୍ଗଙ୍କ ଠାରୁ ୭୫ ପ୍ରତିଶତ କମ୍‌ ପରୀକ୍ଷା ଶୁଳ୍କ ଦେବେ ।  ବିହାର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି ।  ବିହାର ଷ୍ଟାଫ ସିଲେକ୍ସନ କମିସନ ପକ୍ଷରୁ ବାହାରୁ ଥିବା ସମସ୍ତ ପରୀକ୍ଷା ପାଇଁ ଏହି ନିୟମ ଲାଗୁ ହେବ ।  ଆଗରୁ  ବିହାର ଷ୍ଟାଫ ସିଲେକ୍ସନ କମିସନରେ ପ୍ରାରମ୍ଭିକ ପରୀକ୍ଷା ପାଇଁ ୬୦୦ ଟଙ୍କା ନିଆଯାଉଥିବା ବେଳେ ମହିଳାମାନଙ୍କୁ ପାଇଁ ଏହାକୁ ୧୫୦ ଟଙ୍କା କରି ଦିଆଯାଇଛି ।  ସେହିପରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଶଳୁଳ୍କ ମକ କରି ଦେବାରୁ ବିହାର କ୍ୟାବିନଟ ନିଷ୍ପତ୍ତି ନେଇଛି ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ବିସଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିହାର ପବ୍ଲିକ ସର୍ଭିସ କମିସନ, ବିହାର ଷ୍ଟାଫ ସିଲେକ୍ସନ କମିସନରେ ଏଭେ ସମସ୍ତ ପରୀକ୍ଷା ପାଇଁ ମହିଳାମାନଙ୍କ ଠାରୁ ୭୫ ପ୍ରତିଶତ କମ୍‌ ଶୁଳ୍କ ନିଆଯିବ ।

Leave A Reply