www.samajalive.in
Sunday, December 14, 2025
19.1 C
Bhubaneswar

ଜାଣନ୍ତୁ, ସନ୍ଧ୍ୟା ସମୟରେ ପୂଜା କରିବାର ଶୁଭ ଫଳ

ହିନ୍ଦୁ ଧର୍ମରେ ତିନି ବେଳା ପୂଜା କରିବାର ବିଶେଷ ମହତ୍ତ୍ୱ ରହିଥାଏ। ଏହି ତିନୋଟି ବେଳା- ପ୍ରାତଃ ସମୟ, ଅପରାହ୍ନ ସମୟ ଓ ସନ୍ଧ୍ୟା ସମୟ। ସୂର୍ଯ୍ୟାସ୍ତ ସମୟରେ କରାଯାଉଥିବା ପୂଜାକୁ ସନ୍ଧ୍ୟା ପୂଜା କୁହାଯାଇଥାଏ। ସନ୍ଧ୍ୟା ସମୟରେ ପୂଜା କରିବା ଦ୍ୱାରା ବିଶେଷ ପ୍ରକାରର ଶୁଭ ଫଳ ପ୍ରାପ୍ତି ହୋଇଥାଏ। କିଛି ବିଶେଷ ପୂଜା ଅଛି ଯାହାକୁ ସନ୍ଧ୍ୟା ସମୟରେ ପୂଜା କରିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ।ସନ୍ଧ୍ୟା ପୂଜାର ଲାଭ:
ସନ୍ଧ୍ୟା ପୂଜା କରିବା ଦ୍ୱାରା ଘରେ କେବେ ମଧ୍ୟ ଧନର ଅଭାବ ରହି ନଥାଏ।
ନିୟମିତ ଭାବେ ସନ୍ଧ୍ୟା ସମୟରେ ପୂଜା କରୁଥିବା ବ୍ୟକ୍ତିର କେବେ ଅକାଳରେ ମୃତ୍ୟୁ ହୋଇନଥାଏ।
ଶନିଦେବ ଓ ହନୁମାନଙ୍କୁ ସନ୍ଧ୍ୟାରେ ପୂଜା କରିବା ଦ୍ୱାରା ବିଶେଷ ପ୍ରଭାବ ମିଳିଥାଏ।
ଶନି ଦଶା ଭୋଗୁଥିଲେ ସନ୍ଧ୍ୟା ସମୟରେ ପୂଜା କରନ୍ତୁ।
ସନ୍ଧ୍ୟା ସମୟରେ ପୂଜା କରିବା ଦ୍ୱାରା ଋଣଭାର, ରୋଗ ଓ ଶତ୍ରୁଙ୍କ ଠାରୁ ମୁକ୍ତି ମିଳିଥାଏ।ସନ୍ଧ୍ୟା ପୂଜାର ବିଧି:
ସୂର୍ଯ୍ୟାସ୍ତ ସମୟରେ ସର୍ବଦା ସନ୍ଧ୍ୟା ପୂଜା କରିବା ଉଚିତ।
ସନ୍ଧ୍ୟା ସମୟରେ ପୂଜା କରିବା ପୂର୍ବରୁ ସ୍ନାନ କରିବା ଉଚିତ। ନଚେତ ପିନ୍ଧିଥିବା ପୋଷାକ ବଦଳାଇ ଠିକ ଭାବେ ଧୋଇ ହୋଇ ପୂଜା କରନ୍ତୁ।
ପୂଜା ସମୟରେ ଘିଅର ଦୀପ ଜଳାନ୍ତୁ।
ଏହାପରେ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।
ପୂଜା ସମୟରେ ଶଙ୍ଖ ବଜାନ୍ତୁ ଏବଂ ସମସ୍ତ ଘରେ ଧୂପ ଜଳାନ୍ତୁ। ଝୁଣା ସମସ୍ତ ଘରେ ବୁଲାଇ ଦିଅନ୍ତୁ।ସନ୍ଧ୍ୟା ପୂଜା ସମୟରେ ସତର୍କ ରୁହନ୍ତୁ:
ସନ୍ଧ୍ୟା ପୂଜା ପୂର୍ବରୁ କିଛି ଖାଦ୍ୟ ଖାଆନ୍ତୁ ନାହିଁ।
ସନ୍ଧ୍ୟା ପୂଜା ସମୟରେ ଘରେ ଯେତେ ଅଧିକ ବ୍ୟକ୍ତି ରହିବେ ସେତେ ଉତ୍ତମ ହେବ।
ସନ୍ଧ୍ୟା ପୂଜା ସମୟରେ ସର୍ବଦା ଦୀପ ଜଳାନ୍ତୁ।
ସନ୍ଧ୍ୟା ପୂଜା ପରେ ଘରେ ପ୍ରସ୍ତୁତ କରିଥିବା ଖାଦ୍ୟକୁ ପ୍ରସାଦ ରୂପେ ଭଗବାନଙ୍କୁ ଚଢାନ୍ତୁ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories