www.samajalive.in
Sunday, December 14, 2025
19.1 C
Bhubaneswar

କୂଳ ଲଙ୍ଘୁଛି ସମୁଦ୍ର, ଆତଙ୍କିତ ମତ୍ସ୍ୟଜୀବୀ

ବ୍ରହ୍ମପୁର: ଲଘୁଚାପର ପ୍ରଭାବରେ କିଛିଦିନ ଧରି ବର୍ଷା ଲାଗିରହିଥିବା ବେଳେ ସମୁଦ୍ର ମଧ୍ୟ ଅଶାନ୍ତ ହୋଇପଡ଼ିଛି । ସମୁଦ୍ର ମଧ୍ୟକୁ ମାଛମାରିବା ପାଇଁ ମତ୍ସ୍ୟଜିବୀ ମାନଙ୍କୁ ବାରଣ କରାଯାଇଛି । ଏଣୁ ମତ୍ସ୍ୟଜିବୀମାନେ ହାତବାନ୍ଧି ଘରେ ବସି ରହିଥିବା ବେଳେ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ଏହାକୁ ନେଇ ଗଂଜାମ ବ୍ଲକ୍ ଅନ୍ତର୍ଗତ ପୋଡ଼ମପେଟା ଗ୍ରାମବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

ଗ୍ରାମର ଅଧିକାଂଶ ଲୋକ ବର୍ଷ ବର୍ଷ ଧରି ସମୁଦ୍ର ଉପରେ ନିର୍ଭର କରି ଆସୁଛନ୍ତି । ଗୋଟିଏ ପଟେ ବର୍ଷା ଓ ଅନ୍ୟପଟେ ପବନର ବେଗ ବୃଦ୍ଧି ସହ ସମୁଦ୍ର ଅଶାନ୍ତ ହୋଇ ପଡ଼ୁଥିବାରୁ ଗ୍ରାମ ଭିତରକୁ ଲହଡ଼ି ମାଡ଼ି ଆସୁଥିବା ଦେଖିବାକୁ ମିଳୁଛି । କୂଳରେ ଥିବା କିଛି ଘରଦ୍ୱାର ଭାଙ୍ଗିଯାଇଥିବା ବେଳେ ଗଛ ମଧ୍ୟ ଭାସିଯାଇଥିବା ଅଂଚଳବାସିନ୍ଦା ଅଭିଯୋଗ କରିଛନ୍ତି । ଗତ ଗୁରୁବାର ପବନ ଓ ବର୍ଷା ଯୋଗୁଁ ଉଚ୍ଚ ଲହଡ଼ି ଫଳରେ ଏକ ସାହିର ୧୫ ଜଣ ପରିବାରଙ୍କ ଘର ଭାଙ୍ଗିଯାଇଛି । ହେଲେ ଏବେବି କିଛି ଗ୍ରାମବାସୀ ନିଜର କୌଳିକକ ବୃତିକୁ ଜାବୁଡ଼ି ଧରି ଗାଁ ମାଟିରେ ପଡ଼ିରହିଛନ୍ତି । ପର୍ୟ୍ୟାୟକ୍ରମେ ଓଡ଼ିଆରପି ଯୋଜନାରେ ଗ୍ରାମବାସୀଙ୍କୁ ଘର ମିଳିଥିବା ବେଳେ ବାଦ୍ ପଡ଼ିଥିବା ଆଉ କିଛି ପରିବାରକୁ ଯୋଜନାରେ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ସେପଟେ ପରିସ୍ଥିତିର ଅନୁଧ୍ୟାନ କରାଯାଇ ସରକାରୀ ନିୟମ ଅନୁଯାୟୀ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି କହିଛନ୍ତି । ସୂଚନାଯୋଗ୍ୟଯେ, ଫାଇଲିନ ବାତ୍ୟା ପରେ ମଧ୍ୟ ସରକାରଙ୍କ ଯୋଜନା ଅନୁସାରେ କିଛି ଗ୍ରାମବାସୀଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଥିଲା

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories