www.samajalive.in
Monday, December 15, 2025
24.1 C
Bhubaneswar

ଚୀନ୍‌ରେ ମାଛ, କଙ୍କଡ଼ାର କୋଭିଡ୍ ପରୀକ୍ଷା

ବେଜିଂ : ମନୁଷ୍ୟଙ୍କ କୋଭିଡ୍ ପରୀକ୍ଷା ସାଧାରଣ କଥା ହୋଇଥିବାବେଳେ ଚୀନ୍‌ରେ ମାଛ, କଙ୍କଡ଼ା ପରି ଜଳଚର ଜୀବଙ୍କ କୋଭିଡ୍‌ ପରୀକ୍ଷା କରାଯିବା ଭଳି ରୋଚକ ତଥ୍ୟ ହସ୍ତଗତ ହୋଇଛି। ଚୀନ୍‌ର ଝିଆମେନ୍‌ ପ୍ରାନ୍ତରେ କରୋନା ସଂକ୍ରମଣ ପୁନର୍ବାର ବୃଦ୍ଧି ପାଉଥିବାରୁ ମାଛ, କଙ୍କଡ଼ାଙ୍କ ପରି ଜଳଚର ଜୀବଙ୍କ କୋଭିଡ୍‌ ପରୀକ୍ଷା କରାଯାଉଥିବା ସମୟର ଏକ ଚିତ୍ର ଦକ୍ଷିଣ ଚୀନ୍‌ ମର୍ଣ୍ଣିଂ ପୋଷ୍ଟ ତରଫରୁ ସାମାଜିକ ଗଣମାଧ୍ୟମରେ ଛଡ଼ାଯାଇଛି। ଏହି ଭିଡିଓରେ ସ୍ବାସ୍ଥ୍ୟକର୍ମୀମାନେ ମାଛ, କଙ୍କଡ଼ାର କୋଭିଡ୍‌ ପରୀକ୍ଷା କରୁଥିବାର ଦେଖିବାକୁ ମିଳୁଛି। ସ୍ବାସ୍ଥ୍ୟକର୍ମୀମାନେ ପିପିଇ କିଟ୍‌ ପିନ୍ଧି ମାଛ ପାଟି ଓ କଙ୍କଡା ଖୋଳରୁ ସ୍ବାବ୍‌ ସଂଗ୍ରହ କରି କୋଭିଡ୍ ପରୀକ୍ଷା କରୁଛନ୍ତି। ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ସାମାଜିକ ଗଣମାଧ୍ୟମରେ ଦେଖି ସାରିଛନ୍ତି। କେତେକ ବ୍ୟକ୍ତି ଏହାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ନାପସନ୍ଦ କରିଛନ୍ତି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories