www.samajalive.in
Sunday, December 14, 2025
19.1 C
Bhubaneswar

ବଡ଼ମ୍ବା ବନାଞ୍ଚଳରେ ହାତୀ କଙ୍କାଳ ମିଳିବା ଘଟଣା ; ଆଉ ୩ ଗିରଫ

ବଡ଼ମ୍ବା : ବଡ଼ମ୍ବା ବନାଞ୍ଚଳରୁ ଏସଟିଏଫ୍ ଦ୍ୱାରା ମାଟିତଳୁ ହାତୀ କଙ୍କାଳ ଜବତ୍ ଘଟଣାରେ ସଂଶ୍ଳିଷ୍ଟ ଅଭିଯୁକ୍ତଙ୍କ ଗିରଫଦାରୀ ଜାରି ରହିଛି। ଘଟଣାକ୍ରମେ ଆଠଗଡ଼ ବନଖଣ୍ଡ ଶୁକ୍ରବାର ଏହି ଘଟଣାରେ ସଂପୃକ୍ତ ଆଉ ୩ଜଣ ଅଭିଯୁକ୍ତଙ୍କୁ ବଡ଼ମ୍ବାରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଧବ ସାମାଜିକ ଗଣମାଧ୍ୟମ ଜରିଆରେ ଦେଇଥିବା ସୂଚନାନୁଯାୟୀ ଗିରଫ ତିନି ଅଭିଯୁକ୍ତ ହେଲେ ବଡ଼ମ୍ବା ଥାନା ଅନ୍ତର୍ଗତ ମହତାବନ୍ଧ ଗ୍ରାମର ନିର୍ମଳ ପ୍ରଧାନ ଓରଫ ଚଟୁ, ମହେଶ୍ୱର ପ୍ରଧାନ ଏବଂ ଭୀମ ଓରଫ ଫକୀର ବେହେରା। ଏହି ସମସ୍ତ ଅଭିଯୁକ୍ତ ଏସଟିଏଫ୍ ଦ୍ୱାରା ପ୍ରଥମେ ଗତ ଜୁନମାସ ୨ ତାରିଖରେ ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ଗୋପପୁର ସେକ୍ସନ ଅଧିନସ୍ଥ ଚନ୍ଦ୍ରଗିରୀ ସଂରକ୍ଷିତ ଜଙ୍ଗଲ ସନ୍ନିକଟ ଭାଲୁବେରଣୀ ଗ୍ରାମ ନିକଟରୁ ଜବତ୍ ହୋଇଥିବା ଏକ ଦନ୍ତାହାତୀ କଙ୍କାଳ ଜବତ ଘଟଣାରେ ସଂପୃକ୍ତ ଥିବା ବିଭାଗ ତଦନ୍ତ ପରେ ଜାଣିବାକୁ ପାଇଛି । ସୂଚନାଥାଉ କି ଉକ୍ତ ହାତୀକୁ ହତ୍ୟା କରାଯାଇ ଦାନ୍ତ ଲୁଣ୍ଠନ ପରେ ଏହାର ଶରୀର ମାଟିତଳେ ପୋତିବା ଘଟଣା ଏସଟିଏଫ୍ କୌଣସି ସୂତ୍ରରୁ ଖବରପାଇ ଚଢାଉ କରିଥିଲେ। ପରେ ପରେ ମାଟିତଳୁ ଆଉ ୨ଟି ହାତୀ କଙ୍କାଳ ମଧ୍ୟ ବନବିଭାଗ ଏବଂ ଏସଟିଏଫ୍ ଦ୍ୱାରା ବଡ଼ମ୍ବା ବନାଞ୍ଚଳରୁ ଜବତ୍ ହେବାରେ ଏହି ଘଟଣାକୁ ନେଇ ସାରା ଓଡ଼ିଶାରେ ଚହଳ ସୃଷ୍ଟିହେବା ସହିତ ପରିବେଶବିତଙ୍କ ମହଲରେ ଏହାକୁନେଇ ଉଦବେଗ ପ୍ରକାଶ କରାଯାଇଥିଲା। ଇତିମଧ୍ୟରେ ବଡ଼ମ୍ବାର ଏହି ଚାଞ୍ଚଲ୍ୟକର ଘଟଣାକୁନେଇ ତଦନ୍ତଜାରି ରହିଥିବା ବେଳେ ଘନଘନ ଚଢାଉ କରି ବନବିଭାଗ ଜଣେ ଆନ୍ତଃରାଜ୍ୟ ହାତୀ ଦାନ୍ତ ବେପାରୀକୁ ଖୋର୍ଦ୍ଧା ସନ୍ନିକଟ ଅଞ୍ଚଳରୁ ଗିରଫ କରିବାସହିତ ଜଣେ ବନପାଳ, ଦୁଇଜଣ ବନରକ୍ଷୀ, ଦୁଇଜଣ ହାତୀ ଜଗୁଆଳିଙ୍କୁ ମିଶାଇ ୧୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ପ୍ରକାଶ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories